୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଦିଲ୍ଲୀ :- ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ନୂଆଦିଲ୍ଲୀ ରେଳ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶା ସହିତ ଜଡିତ ପ୍ରମୁଖ ରେଳ ସମ୍ପର୍କିତ ବିଷୟଗୁଡ଼ିକ, ବିଶେଷକରି ମୟୂରଭଞ୍ଜ ଜିଲ୍ଲାକୁ ପ୍ରଭାବିତ କରୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।
