Home ଓଡ଼ିଶା ବିଜୁ ଜୟନ୍ତୀ ପାଳିତ : ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କାହିଁକି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଏ ସରକାରଙ୍କର ଦେବାଳିଆ ମସ୍ତିସ୍କ । ଗୋଟିଏ କଥା କ୍ୟାଲେଣ୍ଡରରେ କହୁଛନ୍ତି । ଆଉ ଗୋଟିଏ କଥା କାମରେ କରୁଛନ୍ତି । ସମାଜର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କାହିଁକି । ୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଜୁ ବାବୁଙ୍କର ସାହସିକତା ଓ ଓଡିଶା ପ୍ରତି ତାଙ୍କର ଅବଦାନ ଉପରେ ଟିପ୍ପଣି ପ୍ରଦାନ କରିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫ କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଜିର ଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରୁ ନଥିବାରୁ ଏଥି ନିମନ୍ତେ ସେ କ୍ଷୋଭ ପ୍ରକାଶ କରିଥିଲେ । ଏ ସରକାରକୁ ରାଜନୈତିକ ପାରାଲିସିସ୍ ହୋଇଛି । ସବୁ କ୍ଷେତ୍ରରେ ସ୍ଥାଣୁ ପାଲଟି ଯାଇଛନ୍ତି । ଗତ ଦୁଇ ମାସ ତଳେ ସରକାରୀ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ କୁ ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରିବାକୁ ସ୍ଥାନିତ କରିଥିଲେ । ହଠାତ କାହିଁକି ଏ ସରକାରର ମତ ବଦଳି ଗଲା ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି । ଏହା ସାଧାରଣରେ କ୍ଷୋଭ ସୃଷ୍ଟି କରିଛି । ଭାରତ ବର୍ଷର ମର୍ଯ୍ୟାଦା ପୁରୁଷ ହେଉଛନ୍ତି ବିଜୁ ବାବୁ । ତାଙ୍କ ମୃତ ପରେ ତିନୋଟି ଦେଶର ଜାତୀୟ ପତାକା ତାଙ୍କ ଶରୀର ଉପରେ ପଡିଥିଲା । ତାଙ୍କ ଜନ୍ମ ଦିବସକୁ ପଞ୍ଚାୟତି ରାଜ ଦିବସ ଭାବେ କଂଗ୍ରେସ ସରକାର ଥିବା ସମୟରେ ପାଳନ ହେଉଥିଲା । ଏ ସରକାରଙ୍କର ଦେବାଳିଆ ମସ୍ତିସ୍କ । ଗୋଟିଏ କଥା କ୍ୟାଲେଣ୍ଡରରେ କହୁଛନ୍ତି । ଆଉ ଗୋଟିଏ କଥା କାମରେ କରୁଛନ୍ତି । ସମାଜର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କାହିଁକି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ସୁବାଷ ଚନ୍ଦ୍ର କଅଁର, ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ, ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ସମସ୍ତ ପଞ୍ଚାୟତର ସମିତି ସଭ୍ୟ, ସରପଞ୍ଚ ଏବଂ ବରିଷ୍ଠ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026