ରାମନାଗୁଡା ଥାନା ତରଫରୁ ଆମ ପୋଲିସ ର ଜନସାଧାରଣଙ୍କ ସମ୍ପର୍କ ସମାବେଶ ଅନୁଷ୍ଠିତ

୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା  :- ରାୟଗଡା ଜିଲ୍ଲା ରାମନାଗୁଡା ଥାନା ତରଫରୁ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବା ପାଇଁ ଏକ ସମାବେଶ କରାଯାଇଥିଲା । ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା ପୋଲିସ ର କାର୍ଯ୍ୟ କଣ ଏବଂ ଜନସାଧାରଣ କଣ ସୁବିଧା ପାଇପାରିବେ ସେହି ବିଷୟରେ ବୁଝାଇଥିଲେ ।

ସେକେଣ୍ଡ ଅଫିସର ଶ୍ରୀଯୁକ୍ତ ବାବୁଲା ପ୍ରଧାନ,ଏ ସାଇ ଜଗନ୍ନାଥ ବେହେରା, ଏସାଇ ଠାକୁର ଦାସ ଟୁଡୁ ଏବଂ ଏସାଇ ପୃଥିବୀରାଜ କହଁର ଏବଂ ରାମନାଗୁଡା ବ୍ଳକର ପ୍ରାୟ ୧୦୦ଜଣ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ସମସ୍ତ ଜନସାଧାରଣଙ୍କୁ ପୋଲିସ ତରଫରୁ କିପରି ସୁବିଧା ମିଳିପାରିବ ତାହା ଆଲୋଚନା କରାଯାଇଥିଲା । ଶେଷରେ ଶ୍ରୀଯୁକ୍ତ ବାବୁଲା ପ୍ରଧାନ ଧନ୍ୟବାଦ ଜଣାଇ ସଭାସଙ୍ଘ କରାଗଲା ।

Exit mobile version