୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଜୋର ଧରୁଛି ବ୍ଲକ ପୁନର୍ଗଠନ ଦାବି। ଉଭୟ ନୁଆଗଡ ଓ ଉଦୟଗିରି ବ୍ଲକ ଅଞ୍ଚଳର ୧୧ ପଞ୍ଚାୟତର ଜନ ପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ସୋମବାର ଜିଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ରା ଉଦୟଗିରି ବ୍ଲକର ରାମଗିରି, ସୁବଲଡା୍, ମଙ୍ଗରାଜପୁର, ଅନଘା, ତବାରସିଂ, ପରିସଲ, ରଣ୍ଡିବା, ସିଆଳିଲଟି , ପୁରୁଣା ପାଣି ପଞ୍ଚାୟତ ଏବଂ ନୁଆଗଡ ବ୍ଲକର ଟାଙ୍ଗିଲି ଓ ବେତାର ସିଂ ପଞ୍ଚାୟତକୁ ନେଇ ରାମଗିରି ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

