୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ହାଇସ୍କୁଲ ଖେଳପଡିଆ ଠାରେ ରାଜ୍ୟ ସ୍ତରୀୟ ରାତ୍ର କାଳୀନ ଭଲିବଲ୍ ପ୍ରତିଯୋଗିତା ଶୁଭାରମ୍ଭ ହୋଇଛି। ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କଂଗ୍ରେସର ବରିଷ୍ଠ ସଦସ୍ୟ ଡ଼ଃ.ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଯୋଗଦାନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଙ୍କ ସହ ବାଲିଗୁଡାର ବିଶିଷ୍ଠ କଂଗ୍ରେସ କର୍ମୀ ମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।
