ସରକାରୀ ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ରାଜ୍ୟସରକାରଙ୍କ ଗଣ ଶିକ୍ଷା ବିଭାଗର ଅଭିନବ ପ୍ରୟାଶରେ ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ଦାସଙ୍କ ସଭାପତିତ୍ୱରେ ଆମ ସଂକୃତି “ଆମ ଖେଳନା” ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଅଛି! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ,

ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ ବିଜୟ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥିଭାବେ ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ ! ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ! ଶିକ୍ଷୟିତ୍ରୀ ବିଳାସିନୀ ମହାନ୍ତି ଅତିଥି ପରିଚୟ ପ୍ରଧାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ !

ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବିଳାସିନୀ ମହାନ୍ତି ଓ ଜାଗୃତିରଣୀ ତିୱାରୀଙ୍କ ନିର୍ଦେଶନାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ଧର୍ମୀ ନାଟକ ଓ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା ! ଶିକ୍ଷା ସମାଜ ବିକାଶର ଚାବିକାଠି ବୋଲି ମୁଖ୍ୟଅତିଥି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ !

ନୃତ୍ୟ, ଗୀତ,କ୍ରୀଡା, ବକ୍ତୃତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା କୃତୀଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ଶିକ୍ଷୟିତ୍ରୀ ଜ୍ୟୋତିରଣୀ ଦେବୀ ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version