Home ଓଡ଼ିଶା ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଶାନ୍ତିପ୍ରିୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ସୁରକ୍ଷା ଦିଆଯାଉ ୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ (SBCMS) ର ସୁରକ୍ଷାଦାବି କରିଛି ଗ୍ଲୋବାଲ କାଉନସିଲ ଅଫ ଇଣ୍ଡିଆନ ଖ୍ରୀଷ୍ଟିଆନସ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି ସଂଗଠନ.ସଂଗଠନର କେନ୍ଦ୍ରୀୟ ସଭାପତି ଡ଼ଃ ସାଜନ ଜର୍ଜ କହିଛନ୍ତି ଯେ, ବିଶେଷତଃ ଓଡ଼ିଶାର ଗଂଜାମ, ଗଜପତି, ରାୟଗଡା, ଖୋର୍ଧା, କନ୍ଧମାଳ ଓ ପୁରୀ ଜିଲ୍ଲାରେ ଏବଂ ଆନ୍ଦ୍ର ପ୍ରଦେଶର ମାନିୟମ ଜିଲ୍ଲାରେ ସଭରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ (SBCMS) ଭାରତ ବର୍ଷର ନିଭିନ୍ନ ସ୍ଥାନରେ କାର୍ଯ୍ୟ କରେ ଉଦାହରଣ ସ୍ବରୂପ ଓଡିଶା, ଆନ୍ଧ୍ର ପ୍ରଦେଶ, ଆସାମ, ଅରୁଣାଞ୍ଚଳ ପ୍ରଦେଶ ଓ ପଶ୍ଚିମ ବଙ୍ଗ । ଏକଶହ ବର୍ଷ ପୂର୍ବରୁ ବ୍ରିଟିଶ ଓ କେତେକ ଭାରତୀୟ ମାନେ ଏହି ଲୋକମାନଙ୍କୁ ଉତ୍ତରପୂର୍ବ (North East) ଅଞ୍ଚଳକୁ ଟା ବାଗନ ରେ ମଜୁରିଆ ଭାବରେ କାର୍ଯ୍ୟ କରିବାକୁ ନେଇଯାଇଥିଲେ । ୧୯୪୭ ମସିହା ପର୍ଯ୍ୟନ୍ତ ସଗରା, ଦୁଇ (ST) ଏବଂ ପାଣ (sc) ଏହି ତିନୋଟି ମୁଖ୍ୟ ଦଳ ଏକାଠି ଥିଲେ । କିନ୍ତୁ କାଳକ୍ରମେ ଭାଷା ଓ ସଂସ୍କୃତି ଜନିତ ଭିନ୍ନତା ଯୋଗୁଁ ୧୯୪୭ ଫେବୃଆରୀ ୧୬ ଚାରିଖ ରେ ସରର ଭାଷାବାଦୀ ଲୋକ ସେମାନଙ୍କ ଠାରୁ ଭିନ୍ନ ହେଲେ । ଏବଂ ୧୯୯୦ ମସିହାରେ କୁଲ ସମାଜ ଭିନ୍ନ ହେଲେ ଏବଂ ସେମାନେ ନିଜେ ନିଜେ ପରିଚାଳିତ ହେଉଛନ୍ତି । ଏହି ବାର୍ଷିକ ସଭା ୧୯୪୯ ମସିହାରେ ଆରମ୍ଭ ହୋଇଥିଲା ଏବଂ ଚଳିଚ ବର୍ଷ ସେମାନେ ସେମାନଙ୍କର ୭୫ ଡମ ବାର୍ଷିକ ସଭା ବା ପ୍ଲାଟିନମ ଜୁବୁଲି ପାଳନ କରୁଥିଲେ । ଏହି ସମୟରେ ପୋଲିସ ଅଫିସର ମାନେ ଅକସ୍ମାତ ଆସି ସଭା ବନ୍ଦ କରିବାକୁ କହିଥିଲେ ସେହି ସମୟରେ ପ୍ରାୟ ୫୦୦୦୦ ରୁ ଉଦ୍ଧ ଲୋକ ଏକତ୍ରିତ ହୋଇଥିଲେ, କେବଳ ବେଢ଼ ଦିନର ସଭା ପରେ ୨୦୨୫ ଫେବୃଆରୀ ୧୨ ତାରିଖରେ ଦିନ ୧୨ଟା ସମୟରେ ସେମାନଙ୍କୁ ଫେରି ଯିବାପାଇଁ କୁହାଯାଇଥିଲା । ଏସପି ଓ କିଛି ଖ୍ରୀଷ୍ଟ ବିରୋଧୀ ଲୋକମାନେ ପ୍ରାର୍ଥନା ଚାଲିଥିବାବେଳେ ମଞ୍ଚ ଉପରକୁ ଉଠିଯାଇଥିଲେ ଏବଂ ଖ୍ରୀଷ୍ଟ ବିରୋଧୀ ନାରା ଦେଇଥିଲେ । ସଭାରେ ଯୋଗଦାନକାରୀ ମାନଙ୍କୁ ଖାଦ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇନ ଥିଲା । ସେମାନଙ୍କର ମୁଖ୍ୟ ଅଭିଯୋଗ ଥିଲା ଯେ ଧର୍ମାନ୍ତରୀକରଣ ଓ ଗୋ ହତ୍ୟା ଯାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସଭା ସମ୍ପର୍କରେ ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ଏବଂ ଜିଲ୍ଲା ଅଧିକାରୀ ମାନଙ୍କୁ ଠାରୁ NOC ଆଣିଥିଲେ. ପୋଲିସ ସେହି ସ୍ଥାନ ପରିଦର୍ଶନ କରି ସଭା ସମୟରେ ରହିବା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ଗୃହ ଗୁଡିକୁ ଭାଙ୍ଗି ଦେଇଥିଲେ । ସେହି ସ୍ଥାନରେ କୌଣସି ବିଭ୍ରାନ୍ତକାର କିମ୍ବା ଅପ୍ରୀତିକର ଘଟଣା ନ ଥିବା ସତ୍ତ୍ୱେ ଅଧିକାରୀ ମାନେ କେତେକ ଉଗ୍ରବାଦୀ ଖ୍ରୀଷ୍ଟ ବିରୋଧୀ ମତବାଦୀ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କେତେକ ଧର୍ମୀୟ ପକ୍ଷପାତିତା ବ୍ୟବହାର କରିଥିଲେ । ୨୦୦୮ ମସିହାରେ କନ୍ଧମାଳରେ ଘଟିଥିବା ଦଙ୍ଗା ଓ ମଣିପୁର ରେ ଘଟିଥିବା ମନୁଷ୍ୟ ବିନାଶ ଭଳି ଏକ ଘଟଣା ଘଟିବାର ପୂର୍ବ ପ୍ରସ୍ତୁତି ଭାବରେ ଦେଖୁ ଆମେ ଭୟଭୀତ ଅଟୁ । ଏହା ବ୍ୟତୀତ ଏହି ଉଗ୍ରବାଦୀ ମତବାଦୀ ଲୋକମାନେ ବାଲେଶ୍ବର ଜିଲ୍ଲାର ନୀଳଗିରି ଅଂଟଳର ମହିଳା ମାନଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ ଓ ମାଡ ମାରିଥିଲେ, ଭଦ୍ରକ ଜିଲ୍ଲାରେ ଖ୍ରୀଷ୍ଟିଆନ ମାନଙ୍କ ଦ୍ବାରା ଏକ ପାରମ୍ପରିକ ସଂଗୀତ ପାଲା ଗାଉଥିବା ବେଳେ ସେମାନଙ୍କୁ ନିର୍ଯ୍ୟାଚନା ଦେଇଥିଲେ, ବାଳକାଟୀ ଗ୍ରାମରେ ଜଣେ ପ୍ରଚାରିକ ଓ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ତାଚନା କରିଥିଲେ, ରଘୁନାଥପୁର ରେ ନିରୀହ ପାଳକ ଓ ବିଶ୍ବାସୀ ମାନଙ୍କୁ ସେମାନଙ୍କ ଗୃହରେ ବନ୍ଦ କରି ଖଣ୍ଡା ଓ ମାରାତ୍ମକ ଅସ୍ତ୍ର ଧରି ସେମାନଙ୍କୁ ମାତ ମାରି ସେମାନଙ୍କର ଡ଼ାକବାଜି ଯନ୍ତ୍ର ଓ ଅନ୍ୟାନ୍ୟ ମ୍ୟୁଜିକାଲ ଜିନିଷ ଗୁଡିକୁ ଭାଙ୍ଗି ଦେଇଥିଲେ ଏବଂ ସେମାନଙ୍କୁ ସେହି ସ୍ଥାନ ଛାଡିବାକୁ ଧମକ ଦେଇଥିଲେ, ଏପରିକି ଖ୍ରୀଷ୍ଟିୟ ପାଳକ ମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିବାପାଇଁ ‘ସନାତନୀ’ ନାମରେ ଏକ ଚଳଚିତ୍ର ପ୍ରସ୍ତୁତ କରାଯାଇଛି, ଏହା ଆପଣଙ୍କ ରାଜ୍ୟର ଦୁଇଟି ଧର୍ମ ର ଗୋଷ୍ଠୀ ମଧ୍ୟରେ ଘୃଣା ମନୋଭାବ ସୃଷ୍ଟି କରିବା ପାଇଁ ଏହା କରାଯାଉଛି, କିନ୍ତୁ ଖ୍ରୀଷ୍ଟିଆନ ମାନେ ଶାନ୍ତି ଓ ସେବା କୁ ଆଦରି ନେବା ଗୋଷ୍ଠୀ ଅଟନ୍ତି ସେମାନେ ଭାରତର ଏକ ଉତ୍ତମ ନାଗରିକ ଅଟନ୍ତି । ଅତଏବ, ଆବେଦନ କରେ କି ଏହି ଶାନ୍ତି- ଚାହୁଁଥିବା ଗରିବ ଜନଜାତିର ଲୋକାମାନଙ୍କ କଲ୍ୟାଣକାରୀ କାର୍ଯ୍ୟକ୍ରମ ଦ୍ବାରା ଆପଣଙ୍କର ଉତ୍ତମ ବ୍ୟକ୍ତିତ୍ଵ ନିମନ୍ତେ ସେମାନଙ୍କର ଉନ୍ନତି ସାଧନ କରନ୍ତୁ ଓ ସେମାନଙ୍କର ସୁରକ୍ଷା କରନ୍ତୁ ଏବଂ ଭାରତର ସାମ୍ବିଧାନିକ ଅଧିକାର ଅନୁଶାରେ ଆପଣଙ୍କ ସକ୍ରିୟ ଓ ଦୃଷ୍ଟାନ୍ତମୂଳକ ନେତୃତ୍ବ ଅଧୀନରେ ଆପଣଙ୍କ ଓଡ଼ିଶାରେ ସେମାନଙ୍କୁ ଉପାସନା କରିବାକୁ ସୁଯୋଗ ଦିଅନ୍ତୁ ବୋଲି ରାଜ୍ୟ ସଂଯୋଜକ ଅଶୋକ କୁମାର ମହାନ୍ତି ଦାବି କରିଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ by Proprietor Abhimanyu Maharana October 4, 2026