ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ଙ୍କ ପକ୍ଷରୁ ଦାବିପତ୍ର

୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟଗଡ ଜିଲ୍ଲା  :- ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ନୟଗଡ ଜିଲ୍ଲା ଶାଖା ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ପାଳ ଓ ମୁଖ୍ୟ ଚିକିତ୍ସାଧିକାରି ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । 2005 ରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଅଧୀନରେ ଗତ 20 ବର୍ଷ ହେବ କର୍ମଚାରୀ ମାନେ କାମ କରୁଛନ୍ତି । ସେମାନେ ଦାବି ସଂକ୍ରାନ୍ତ ସରକାରଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ରାଜ୍ୟ ଜିଲ୍ଲା ,

ଓ ବ୍ଲକ ସ୍ତରୀୟ ପର୍ଯ୍ୟନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀ ମାନେ ଅତି ଉଚ୍ଚ ଶିକ୍ଷିତ,କୁଶଳୀ,ଦକ୍ଷ, ପରିଶ୍ରମୀ ଓ ସ୍ବାସ୍ଥ୍ୟ ବିଭାଗ ର ସମସ୍ତ କାର୍ଯ କୁ ନିଷ୍ଠା ର ସହ ପରିଚାଳନା କରୁଛନ୍ତି । ଏଥିପାଇଁ ଓଡିଶା ସ୍ବାସ୍ଥ୍ୟ ବିଭାଗ ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଅଛି,ମାତ୍ର ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଥିବା କର୍ମଚାରୀ ମାନେ ସ୍ୱଳ୍ପ ଦରମା,ଓ ଚୁକ୍ତି ଭିତ୍ତିକ ଚାକିରି ରେ କାମ କରୁଛନ୍ତି ।

ବର୍ତ୍ତମାନ ପରିସ୍ଥିତି ରେ ସ୍ୱଳ୍ପ ଦରମା ରେ ପରିବାର ପ୍ରତିପୋଷଣ କରିବାରେ କଷ୍ଟ କର ହୋଇପଡିଛି।ଏହି ପରିପ୍ରେକ୍ଷୀରେ ଆଜିଠାରୁ ସେହି କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି ଶାନ୍ତି ଭାବେ ନିଜେ ନିଜର କାର୍ଯ୍ୟ କରୁଛନ୍ତି। ଜିଲ୍ଲା ସଭାପତି ଶୁଭ ସଂକେତ ପଣ୍ଡା, ଜିଲ୍ଲା ସମ୍ପାଦକ ବିଶ୍ଵ ରଞ୍ଜନ ଦଳେଇ, କୋଷାଧକ୍ଷ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଦିଲ୍ଲୀପ ବସନ୍ତିୟା , ପ୍ରଭାକର ପଲେଇ, ଗୋପାଳ ପରିଡ଼ା, ଦିଲ୍ଲୀପ ପ୍ରଧାନ, ସନତ ମହାପାତ୍ର ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version