୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ପ୍ରତିନିଧି ଆକାଶ ସିଂ ହିମାଚଳ ପ୍ରଦେଶର ମନାଲି ଠାରେ ଥିବା ଅଭିମାସ ପ୍ରତିଷ୍ଠାନରେ ଜାତୀୟ ଦୁଃସାହସିକ ଶିବିର ରେ ଯୋଗ ଦେଇଥିଲେ l ସ୍ଵେଚ୍ଛାସେବୀ ସୁଶ୍ରୀ ମୋନାଲିସା ଜେନା ଓ ସୁଶ୍ରୀ ଶୁଭଶ୍ରୀ ଜେନା ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପର୍ବତାରୋହଣ ଶିବିର -୨୦୨୫ ରେ ଅଂଶ ଗ୍ରହଣ କରିଥିଲେ l
