ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଭାବେ ପ୍ରଭାକର ତ୍ରିପାଠୀ ଙ୍କ ଦାୟିତ୍ଵ ଗ୍ରହଣ

ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାର କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି ଏ ନେଇ ବିଭାଗୀୟ କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପ୍ରକାଶ ଥାଉକି ସୂଚନା ଲୋକ ସଂପର୍କ ବିଭାଗର ଅଧିକାରୀ ରବିଚନ୍ଦ୍ର ନାୟକଙ୍କ କରୋନl ରେ ମୃତ୍ୟୁ ପରେ ଏହି ପଦବୀଟି ଖାଲି ପଡିଥିଲା l ଜିଲ୍ଲା ପ୍ରଶାସନ ତରଫରୁ କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି l (ରିପୋର୍ଟ-ଗରୁଡ ଧ୍ଵଜ ଚୌଧୁରୀ)

Exit mobile version