୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ବାଲିପାଟଣା ବ୍ଲକ ଅନ୍ତର୍ଗତ କୁଳନ୍ତିରା ବାଗିଲ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ମା’ ଭୁବାସିନୀ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ଆଜି ୨ୟ ମା’ ଭୁବାସୀନି ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭୁବାସିନୀ ଙ୍କ ଅପାର ମହିମା, କିମ୍ବଦନ୍ତୀକୁ ଉଜ୍ଜୀବିତ କରି ରଖିବା ସହ ମା’ ଙ୍କ ପୀଠର ପ୍ରଚାର ପ୍ରସାର ନିମନ୍ତେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ସିଦ୍ଧି ବିନାୟକ ଚାରିଟେବୁଲ୍ ଟ୍ରଷ୍ଟ ର ଅଧକ୍ଷ ସତ୍ୟପ୍ରିୟ ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

