୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଭାଗ ଆନୁକୁଲ୍ୟରେ ଆଜି ଭୁବନେଶ୍ୱରସ୍ଥ ୟୁନାଇଟେଡ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ୍ ସଂସ୍ଥା ସହାୟତାରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ କିପରି ଚାକିରି ସୁବିଧା ମିଳିପାରିବ ସେ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି କର୍ମଶାଳାକୁ ଉଦ୍ଘାଟନ କରିବା ସହ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।
