୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ଜନପଦା ଘାଟିରେ ଆଜି ଅପରାହ୍ନ ବେଳେ ସଡକ ଦୁର୍ଘଟଣା ଘଟିଛି । ବାଇକର ସହ ତିନି ଜଣ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି । ତିନି ଜଣ ରାୟଗଡର ବାସିନ୍ଦା ବୋଲି ଜାଣିବାକୁ ମିଳିଛି । ସୂଚନା ପ୍ରକାରେ ତିନି ଜଣ ବାଇକ ଯୋଗେ ରାୟଗଡ ରୁ ଛେଳାଗଡ ଗ୍ରାମର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ।
