୦୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଗ୍ରୀନ୍ ପାର୍କ ହାଉସ୍ ସୋସାଇଟି, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱରର ଅନ୍ତେବାସୀଙ୍କ ଏକ ବୈଠକ ସୋମବାର କଲୋନୀର କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଏବଂ ୱାର୍ଡ଼ ନଂ-୬୩ର କର୍ପୋରେଟର ସୁଜାତା ଛୋଟରାୟ, ଭୁବନେଶ୍ୱର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଗ୍ରୀନ୍ ପାର୍କ ହାଉସ୍ ମାଲିକ ସମାଜର ସଭାପତି ଶ୍ରୀ ପ୍ରଦିପ୍ତ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସଭାପତିତ୍ୱ କରିଥିଲେ ।
