୦୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ), ମୁମ୍ବାଇର ସ୍ଥାୟୀ ସଂଗ୍ରହର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳିକା-ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ଏବଂ ଲଳିତ କଳା ଏକାଡେମୀ (ଏଲକେଏ) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା ଯାହା ଭାରତରେ ମଡର୍ଣ୍ଣ ଓ କଂଟେମ୍ପରାରୀ ଆର୍ଟକୁ ପ୍ରୋତ୍ସାହିତ କରିବା ପ୍ରତି ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରୁଛି। ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଏନଜିଏମଏର ମହାନିର୍ଦ୍ଦେଶକ ଡଃ ସଞ୍ଜୀବ କିଶୋର ଗୌତମ ଏବଂ ଭୁବନେଶ୍ୱରର ଲଳିତ କଳା ଏକାଡେମୀର ଆଂଚଳିକ ସମ୍ପାଦକ ଶ୍ରୀ ରାମକ୍ରିଷ୍ଣା ବେଡାଲା ଉପସ୍ଥିତ ଥିଲେ।

