
୦୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ରାଜଧାନୀର କଳିଙ୍ଗ ଷ୍ଟୁଡ଼ିଓ ଛକଠାରୁ ସମ୍ ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଖରାଦିନେ ମଧ୍ୟ ରାସ୍ତାରେ ପାଣି ଜମୁଛି । ଫଳରେ ଜନସାଧାରଣଙ୍କ ଯାତାୟତରେ ବଡ଼ ସମସ୍ୟା ସୃଷ୍ଟି ହେଉଛି । ଏପରିକି ସମ୍ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ଏବଂ ଆମ୍ବୁଲାନ୍ସ ଯାତାୟତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।

