ଅଗ୍ନିକାଣ୍ଡରେ ସର୍ବସ୍ଵ ହରାଇଥିବା ପରିବାରକୁ ଭେଟି ସାହାଯ୍ୟର ହାତ ବଢାଇଛନ୍ତି ବିଧାୟକ

୦୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ଗୁରୁବାର ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବରାହିଲୋ ଗ୍ରାମର ଶରତ ସାମଲଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏଥିରେ ତାଙ୍କର ଲକ୍ଷାଧୂକ ଟଙ୍କାର ସମ୍ପରି ପୋଡ଼ି ପାଉଁଶ ହୋଇଯାଇଥିଲା । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ରବିବାର ବରାହିଲୋ ଗ୍ରାମରେ ପହଞ୍ଚି ଅଗ୍ନିକାଣ୍ଡରେ ସର୍ବସ୍ଵ ହରାଇଥିବା ପରିବାରକୁ ଭେଟି ସାହାଯ୍ୟର ହାତ ବଢାଇଛନ୍ତି ।

ବିଧାୟକ ବିପନ୍ନକୁ କିପରି ସମସ୍ତ ସରକାରୀ ସୁବିଧା ମିଳିବ ବିଭାଗୀୟ ଅଧୂକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ବିଜେଡି ନେତା ସରୋଜକାନ୍ତ ନାୟକ, ପୂର୍ବତନ ସରପଞ୍ଚ ମହେନ୍ଦ୍ର ସିଂହ, ମନୋରଞ୍ଜନ ଉପାଧ୍ୟାୟ, ଗରଦପୁର ବ୍ଲକ ବିଧାୟକ ପ୍ରତିନିଧ୍ କ୍ଷିତୀଶ ଦାଶ, ସରପଞ୍ଚ ଅରକ୍ଷିତ କାଣ୍ଡି, ସମିତି ସଭ୍ୟ ଫନୀଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version