Home ଓଡ଼ିଶା ଆଣ୍ଠେଇ ପଡିଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ : କଚ୍ଚପ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ – ଷ୍ଟେସନ ନିର୍ମାଣ କାର୍ଯ୍ୟରେ ବାଧକ ବିଦ୍ୟୁତ୍ ଖୁଣ୍ଟି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ଠିକାଦାରୀ ସଂସ୍ଥାର ଖାମଖିଆଲ ମନୋବୃତ୍ତି , ଯନ୍ତ୍ର ଶକ୍ତି ଓ ଜନଶକ୍ତି ର ଅଭାବ ସହିତ ପାରିପାର୍ଶ୍ବକ ପ୍ରତିବନ୍ଧକ ହେତୁ ଆଗେଇପାରୁନି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ । କେଉଁଠି ବିଦ୍ୟୁତ୍ ଖୁଣ୍ଟ ପ୍ରତିବନ୍ଧକ ସାଜୁଛି ତ ପୁଣି କେଉଁଠି ବିସ୍ଥାପିତ ହେବାକୁ ଥିବା ଜନବସତି ବିସ୍ଥାପିତ ହୋଇ ପାରୁନଥିବା ହେତୁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନି। ଫଳରେ ସରକାରୀ କ୍ଷତିପୂରଣ ମିଳି ନ ଥିବାରୁ ଆଗକୁ ବଢ଼ିପାରୁନି କାମ । ପ୍ରଜଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସରକାର ଯେଭଳି ପଦକ୍ଷେପ ନେଉଛନ୍ତି ପାରିପାର୍ଶ୍ଵକ ପ୍ରତିବନ୍ଧକ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏହି ରେଳପଥ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗର ପ୍ରମାଇଲ୍ ଖୁଣ୍ଟ ସାଜିବାକୁ ଥିବାବେଳେ ଖୋର୍ଦ୍ଧା ରୋଡ଼ଠାରୁ ବଲାଙ୍ଗୀରକୁ କେବେ ରେଳ ସଂଯୋଗ ହେବ ତା’ରି ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି। ଏସବୁ ମଧ୍ୟରେ ଖୋର୍ଦ୍ଧା ଗୋଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିବା ବେଳେ ସେପଟେ ବଲାଙ୍ଗୀରରୁ ସୋନପୂର ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇଛି ମାତ୍ର ଦଶପଲ୍ଲାରୁ ଆଗକୁ ରେଳ ଚଳାଚଳ ପାଇଁ କାର୍ଯ୍ୟ ଚାଲୁଥିଲେ ମଧ୍ୟ ନାନା ବିବାଦ ଦେଖିବାକୁ ମିଳୁଛି। ଦଶପଲ୍ଲାର ପରବର୍ତ୍ତୀ ଷ୍ଟେସନ ବୁଗୁଡ଼ା ନିକଟସ୍ଥ ଝିଣ୍ଡିକାବାରିଠା ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି I ହେଲେ ଏହି ଷ୍ଟେସନ ନିର୍ମାଣ ପାଇଁ ଏବେ ପାରିପାର୍ଶ୍ବକ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ମୁଖ୍ୟତଃ ଷ୍ଟେସନ ମଧ୍ୟଦେଇ ଯାଇଥିବା ବିଦ୍ୟୁତ୍ ତାରକୁ ସ୍ଥାନାନ୍ତର କରାଯାଉନାହିଁ। ଏହା ମଧ୍ୟରେ ୨ଟି ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇଥିବା ବେଳେ ତାହା ମଧ୍ୟରେ କାମ କରିବାରେ ପ୍ରତିବନ୍ଧକ ହେଉଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି। ଏନେଇ ବିଦ୍ୟୁତ୍ କାର୍ଯ୍ୟାଳୟକୁ ବାରମ୍ବାର ଅବଗତ ପରେ ଏହାର ସମାଧାନ ହୋଇପାରୁନି। ସେହିଭଳି ବିସ୍ଥାପିତ ହେବାକୁ ଥିବା ଝିଣ୍ଡିକାବାରି ଗ୍ରାମର ପ୍ରାୟ ୨୦ ପରିବାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଦେତୁ ଭିଟାମାଟି ଛବୁ ନଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଥଇଥାନ ପାଇଁ ଜାଗା ଓ କ୍ଷତିପୂରଣ ମିଳିଛି। ଥଇଥାନ ପାଇଁ ଦିଆଯାଇଥିବା ସ୍ଥାନରେ ଘର ନିର୍ମାଣ କରିଥିଲେ ମଧ୍ୟ ସେଠାକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ବେଳେ ରାସ୍ତା ଓ ପାନୀୟଜଳର ସୁବିଧା ନାହିଁ | ଫଳରେ ଏସବୁ ପରିବାର ପୂର୍ବ ସ୍ଥାନ ଛାଡ଼ି ନୂତନ ପାନକୁ ଯାଇପାରୁନାହାନ୍ତି। ତୁରନ୍ତ ଏସବୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଫଳରେ ଷ୍ଟେସନ ନିର୍ମାଣ କାର୍ଯ୍ୟରେ ଘୋର ପ୍ରତିବନ୍ଧକ ଉପୁଜୁଛି ଅନ୍ୟପାର୍ଶ୍ଵରେ ,ଷ୍ଟେସନର ପରେପରେ ବୁଗୁଡ଼ା କଲୋନାବାସୀ କ୍ଷତିପୂରଣ ଦାବିରେ କ୍ଷତିଗ୍ରସ୍ଥ ହେବାକୁ ଥିବା ସ୍ଥାନରେ ନାଲି ପତାକା ମାରି ପ୍ରତିବାଦ ଜଣାଇଛନ୍ତି । ଏଠାରେ ପ୍ରାୟ ୫୦ଟି ପରିବାର ବସବାସ କରିବା ସହ ୧୩୦ ଏକରରୁ ଊର୍ଦ୍ଧ୍ବ ଜମିକୁ ଭୋଗଦଖଲ କରି ଆସୁଛନ୍ତି। ଚାଷବାସ କରି ଗୁଜୁରାଣ ମେଣ୍ଡାଇ ଆସୁଥିବା ବେଳେ ଏସବୁ ଜମି କ୍ଷତିଗ୍ରସ୍ତ ହେବାକୁ ଯାଉଛି! କ୍ଷତିପୂରଣ ଦାବିନେଇ ଆନ୍ଦୋଳନ ପରେ ଏବେ ପ୍ରଶାସନ କ୍ଷତିପୂରଣ ଦେବାକୁ ନିଷ୍ପତ୍ତ ନେଉଛି ଏବଂ କ୍ଷତିପୂରଣ ମିଳିବା ପରେ ଗ୍ରାମବାସୀ ଜାଗା ଛାଡ଼ିବାକୁ ଅଡ଼ି ବସିଛନ୍ତି। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026