ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ

 ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ,୨/୩- ସ୍ଥାନୀୟ ଟାଉନହଲ ଠାରେ ଶ୍ରୀଜଗନ୍ନାଥ ଶିଶୁ ବିହାର ଓ ତପୋବନ ଆଦର୍ଶ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଉଦଘାଟକ ଡକ୍ଟର ସ୍ବାମୀ ଶଙ୍କରାନନ୍ଦ ସରସ୍ଵତୀ ,ମୁଖ୍ୟବକ୍ତା ବରିଷ୍ଠ ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର,ସମ୍ମାନିତ ଅତିଥି ଶ୍ରୀମନ୍ଦିର ପୁରୋହିତ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରିଥିଲେ ।

ଅତିଥି ମାନେ ଶିଶୁମାନଙ୍କ ଶୈଖିକ ବିକାଶ ସଂପର୍କରେ ମତବ୍ଯକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାକ୍ତନ ସଂଯୋଜିକା ଅନିତା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ପରିବେଶବିତ ପ୍ରଦୀପ ଦଳାଇଙ୍କୁ ସମ୍ମାନିତ କରାଯାଇଥିଲା ।

ତରୁଣ କବି ଦାମୋଦର ପରିଡା , ପ୍ରଶାନ୍ତ କୁମାର ତ୍ରିପାଠୀ , ପ୍ରକାଶ କୁମାର ଦାସ, ପ୍ରକାଶ ଆଚାର୍ଯ୍ଯ, ଦୀନମଣି ବଳ,ସୁଦର୍ଶନ ପଣ୍ଡା, ପ୍ରଭାତି ଦାସ, ପ୍ରତାପ ଦାସ,କିରଣ କୁମାର ସାହୁ, ପ୍ରତାପ ଆଚାର୍ଯ୍ଯ,ସୁଶ୍ରୀ ସଞ୍ଜୁକ୍ତା ସାହୁ ପରିଚଳନାରେ ସହଯୋଗ କରିଥିଲେ । ସ୍ବାଗତ ସଂଗୀତ ଗାନ, ଡ୍ରିଲ, ଯୋଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ।

Exit mobile version