୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ରଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ଦିନ ଧରି ଆପଦକାଳୀନ ଅଧିକାରୀ, ଡେପୁଟି କଲେକ୍ଟର ତୌଜି ଅଫିସର ଭାବେ କାର୍ଯ୍ୟ କରିଥିଲେ । ଜିଲ୍ଲା ରେକର୍ଡ ରୁମ ଏସଏଲଆର ଓ ଅଡିଟ ବିଭାଗରେ ଦକ୍ଷତାର ସହ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ । ଫେବୃୟାରୀ ୨୮ ତାରିଖରେ ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ।

