୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଚଳିତବର୍ଷ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବଜେଟ ଲୋକାଭିମୁଖୀ ,ଲୋକପ୍ରିୟ ଓ ସବୁବର୍ଗର ଜନତାଙ୍କ ପାଇଁ ଆଦୃତ ହୋଇଛି ବୋଲି ପୁରୀ ସାଂସଦ ଡ.ସମ୍ବିତ ପାତ୍ର ମତବ୍ୟକ୍ତ କରିଛନ୍ତି । ଶନିବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ଯ ବଜେଟ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ଯ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ କହିଲେ ଡବଲ ଇଞ୍ଜିନି ସରକାରରେ କେନ୍ଦ୍ର ଓ ରାଜ୍ଯ ବଜେଟ ଐତିହାସିକ ଯୁଗାନ୍ତକାରୀ ବଜେଟ ।

