୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ତରଫରୁ ସପ୍ତାହ ବ୍ୟାପି ସପ୍ତମ ଜନଔଷଧି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ଶୈଳସ୍ରୀ ବିହାର ଜଗନ୍ନାଥ ମନ୍ଦିର ଠାରେ ଏକ ଜନ ଚେତନା ପଦଯାତ୍ରା ଆୟୋଜନ କରାଯାଇଅଛି । ଏଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ କର୍ପୋରେଟର ଯଶୋଧାରା ପ୍ରଧାନ ଯୋଗ ଦେଇଥିଲେ । ଏହି ପଦ ଯାତ୍ରାରେ ପ୍ରାୟ 300ରୁ ଉର୍ଦ୍ଧ୍ବ ଲୋକ ଅଂଶଗ୍ରହଣ କରି ଜନଔଷଧି ଔଷଧର ଗୁଣବତ୍ତା ଓ ଉଚିତ୍ ଦାମ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ ।

