୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବସ୍ ଷ୍ଟାଣ୍ଡ ଠାରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ଜ଼ିଲ୍ଲାର ବିଭନ୍ନ ଅନୁଷ୍ଠାନ ବିଶେଷ ଭାବରେ ନାୟକଗୁଡା ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଯୋଗ ଦେଇ ଏହି ସଚେତନତା ପଦଯାତ୍ରାକୁ ସଫଳ କରିଥିଲେ ।
