୨. ୩. ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ସହର ର ସର୍ବ ପୁରାତନ ପ୍ଲେ ସ୍କୁଲ ବଚପନ୍ ଓ ଗାଇଡାନ୍ସ ପବ୍ଲିକ ସ୍କୁଲ, ନୟାଗଡ଼ ର ବାର୍ଷିକ ମହୋତ୍ସବ ମେମୋରିଆ ୨୪-୨୫ ଦୁଇଦିନ ବ୍ୟାପୀ ମହା ଆଡ଼ମ୍ବରରେ ବାରମାସୀ ଦଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ଶରଣକୁଳ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ରଥ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।

