୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୁଣପୁର :- ରାୟଗଡା ଜିଲା ରାମନାଗୁଡା ଥାନା ଅଧିନ ବିରୁବାଇ ଠାରେ ଗତ ୨୦୦୬ ମସିହାରେ ପୋଲିସ ଏବଂ ସିଆରପିଏଫ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣଆରେ ଗୁଣପୁର ସବଜଜ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି । ସବଜଜ ସନ୍ତୋଷ କୁମାର ମହାପାତ୍ର ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଯୋଗ୍ୟ ଯେ ବିରୁବାଇ ଠାରେ ମାଓ ବାଦି ରହୁଥିବା ଖବର ପାଇଁ ରାମନାଗୁଡା ,ଗୁଣପୁର ପୋଲିସ ସହ ସିଆରପିଏଫ ଯବାନ ମାନେ ଅପରସେନରେ ଯାଇଥିଲେ। ସେଠାରେ ସିଆରପିଏଫ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଳ ଥିଲା ।
