୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ପଂଚାୟତ ଲେମ୍ବେରୀ କୃଷ୍ଣପଲ୍ଲୀ ବାଘୁଆ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧର ମୃତ ଘଟିବା ସହ ୩ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ସକାଳୁ ମୁଗ ଜମିକୁ ଯାଉଥିବା ବେଳେ ମହୁମାଛି ଆକ୍ରମଣରେ ଲେମ୍ବେରୀ ଗ୍ରାମର ଗୁଣ୍ଡିଚା ପ୍ରଧାନ,ପ୍ରଭାତ ଜୟସିଂ, ବିଭୂତି ସାହୁ, ସୁଦାମ ସାହୁ ଆକ୍ରାନ୍ତ ହୋଇଥିଲେ । ୪ଜଣ କଳାପଥର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।
