ଶିମିଳିପୁର ଜାଗର ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା

୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ଡମପଡ଼ା ବ୍ଳକ ଅନ୍ତର୍ଗତ ଶିମିଳିପୁର ପଂଚାୟତ ଜାଗର ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଶିମିଳିପୁର -ହରିରାଜପୁର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ମହୋତ୍ସବ ଲୋକମାନଙ୍କ ଭିତରେ ଶାନ୍ତି, ସଂହତି ବଜାୟ ରଖିବା ସହିତ ଭାଇଚାରା ପ୍ରତିଷ୍ଠା କରିପାରୁଛି ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ, କାଉନସିଲର ସନାତନ ବେହେରା, କ୍ରେଡିଟ୍ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର, ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ନାୟକ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।

ତୌର୍ଯ୍ୟତ୍ରିକ କଳା ସଂସଦର ସଭାପତି ଦେବୀଦତ୍ତ ବିଭୂତିରାୟ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଭୂପ୍ରସାଦ ସାମଲ ଅତିଥି ପରିଚୟପତ୍ର ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବାବା ସିଦ୍ଧେଶ୍ୱରଙ୍କ ଚନ୍ଦ୍ରଶେଖର ବେଶ ବହୁ ଭକ୍ତ ଦର୍ଶନ କରିଥିଲେ । ବିଦ୍ୟାଳୟ ସ୍ତରୀୟ କନିଷ୍ଠ ବିଭାଗରେ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରସନ୍ନ ନାୟକ, ବିଶ୍ୱଜିତ୍ ସାମଲ, କାହ୍ନୁଚରଣ ନାୟକ ପରିଚାଳନା କରିଥିବା ବେଳେ ବାବାଙ୍କ ଦିବ୍ୟ ଦର୍ଶନ ପାଇଁ ଗ୍ରାଇଣ୍ଡର ମିକ୍ସର ସହ ୫ଟି ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନେଶ୍ୱର ମହାକାଳ ଡ୍ୟାନ୍ସ୍ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ ।

Exit mobile version