ଓମ୍‌ଫେଡ୍ କର୍ମଚାରୀଙ୍କ ବାସଗୃହ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅରିଲୋ ଠାରେ ରାଜ୍ୟ ଦୁଗ୍ଧ (ଓମ୍‌ଫେଡ୍‌) କର୍ମଚାରୀଙ୍କ ନିମନ୍ତେ ନିର୍ମିତ ବାସଗୃହ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଅତିଥି ଭାବେ ଯୋଗଦେଇ ଲୋକାର୍ପଣ କରିଥିଲେ ।

ରାଜ୍ୟରେ ଗୋ ସଂପଦ ବିଶେଷ ଭାବେ ଓମ୍‌ଫେଡର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ମଲିକ କହିଥିଲେ । ଏହି ଉତ୍ସବରେ ଓମ୍‌ଫେଡ୍‌ର ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Exit mobile version