୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର ଗ୍ରାମର ବାଟଗୋସେଇଁଙ୍କ ପୀଠରେ ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ ହୋଇଯାଇଛି । ୩ଦିନ ବ୍ୟାପି ଚାଲିଥିବା ଯଜ୍ଞରେ କଳସ ଶୋଭାଯାତ୍ରା, ଦେବ ଆବାହନ, ଯୁଗସଂଗୀତ ଓ ପ୍ରବଚନ, ବିବିଧ ସଂସ୍କାର, ବିଶାଳ ଦୀପଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
