୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଭୁବନେଶ୍ୱରରେ ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ କିଶୋର କିଶୋରୀ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ନୃତ୍ୟମ ଅନୁଷ୍ଠାନର ଛାତ୍ରୀ ଇ.ସଞ୍ଚିତା ପାତ୍ର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି I ଗତ ଜାନୁଆରୀ ୩୦ ତାରିଖରେ ହିଞ୍ଜିଳିକାଟୁ ବ୍ଳକରେ କିଶୋର କିଶୋରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ବର୍ଗ ନୃତ୍ୟରେ ଇ.ସଞ୍ଚିତା ପାତ୍ର ପ୍ରଥମ ସ୍ଥାନ ଅଧିକାର କରି ଜିଲା ସ୍ତରରୁ ଉନ୍ନୀତ ହୋଇଥିଲେ I
