୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ନୟାଗଡ଼ ଜିଲ୍ଲା ବନ୍ଧମୁଣ୍ଡା ପଞ୍ଚାୟତ ବ୍ରାହ୍ମଣକୁମି ଗ୍ରାମର ବନ୍ୟଜନ୍ତୁ ଶିକାରୀ ଅଜୟ କୁମାର ପ୍ରଧାନ କୁ ରଣପୁର ବନ ବିଭାଗ ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ର ଉଲଂଘନ ପାଇଁ ଗିରଫ କରାଯାଇଥିଲା । ସମସ୍ତ କାଗଜ ପତ୍ର ପ୍ରସ୍ତୁତ ସାରିବା ପରେ ଉପରୋକ୍ତ ଆସାମୀକୁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନ୍ୟାୟାଳୟକୁ ନେବା ପାଇଁ ପ୍ରସ୍ତୁତ ହୋଇଥିବା ସମୟରେ

ଖବର କାଗଜ ର ସାମ୍ୱାଦିକ ବିଶ୍ବରଂଜନ ଆଚାର୍ଯ୍ୟ ସମେତ ଆକାଶ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ୨୦-୩୦ ଜଣ ଲୋକ ଆସି କାର୍ଯ୍ୟାଳୟ ସମୁଖରେ ଆସାମୀକୁ ଛାଡ଼ିଦେବା ପାଇଁ ହୋହାଲ୍ଲା କରି କାର୍ଯ୍ୟାଳୟ ମଧ୍ଯକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।
କାର୍ଯ୍ୟରତ ବନ କର୍ମଚାରୀ ମାନେ ତାଙ୍କୁ ଅଟକାଇବାରୁ ସେମାନେ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ସକ୍ଷମ ନ ହୋଇପାରିବାରୁ ବନ୍ଧମୁଣ୍ଡା ଗ୍ରାମପଂଚାୟତ ରୁ ଅଧିକ ସଂଖ୍ୟକ ନିରୀହ ଲୋକଙ୍କୁ ଡାକି ଆଣୁଥିବା ଖବର ପାଇ ସ୍ଥାନୀୟ ପୋଲିସର ସହାୟତା ମଗାଯାଇଥିଲା । କାର୍ଯ୍ୟରତ ବନ କର୍ମଚାରୀ ମାନେ ଅଟକାଇବାକୁ ଚେଷ୍ଟା କରି ଉକ୍ତ ଆକ୍ରମଣକାରି ଙ୍କୁ ପ୍ରବେଶ କରେଇଦେଇ ନଥିଲେ ।
କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ସକ୍ଷମ ନ ହୋଇପାରିବାରୁ ବନ୍ଧମୁଣ୍ଡା ଗ୍ରାମପଂଚାୟତ ର ଅଧିକ ସଂଖ୍ୟକ ନିରୀହ ଗ୍ରାମବାସୀ ମାନଙ୍କୁ ବନ ବିଭାଗ ବିରୋଧରେ ଏକଜୁଟ କରି କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇ କର୍ତବ୍ୟରତ ବନ ଅଧିକାରୀ ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ବନ ଅଧିକାରୀ ମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ମହିଳା କର୍ମଚାରୀ ମାନଙ୍କ ଉପରେ ଅସାମ୍ବିଧାନିକ ଭାଷା ବ୍ୟବହାର କରି ଚରିତ୍ର ସଂହାର କଲା ପରି ମନ୍ତବ୍ୟ ପ୍ରଦାନ କରିବା ଭଳି କାର୍ଯ୍ୟ ଜାରିରଖୁଥିଲେ ।
ଦୀର୍ଘ ପାଖାପାଖି ୯ ଘଣ୍ଟା ଧରି ବନ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟ ସମ୍ପାଦନା ରେ ବାଧା ସୃଷ୍ଟି କରିଚାଲିଥିଲେ । ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ବଳ ପୂର୍ବକ ପ୍ରବେଶ ଉଦ୍ୟମକୁ ଆରକ୍ଷୀ ବାହିନୀ ବିଫଳ କରିଦେବାରୁ ପରବର୍ତ୍ତୀ ପ୍ରତାପ ବେହେରା ,ଶୁକାନ୍ତ କୁମାର ସେଠି , ଅକ୍ଷୟ ବଳବନ୍ତରାୟ, ସଂଗ୍ରାମ କେଶରୀ ମାଆଁ , ସଚିକାନ୍ତ ଷଡ଼ଙ୍ଗୀ, ବିନୋଦ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ,କିଶୋର ପଟ୍ଟନାୟକ,
ପ୍ରଭାତ ସାହୁ,ବିଶ୍ବରଂଜନ ଆଚାର୍ଯ୍ୟ, ସାମ୍ବାଦିକତାରେ ଦ୍ବାହି ଦେଇ ନିଜର କ୍ଷମତାର ଅପବ୍ୟବହାର କରି ଉପସ୍ଥିତ ଲୋକଙ୍କୁ ଉତ୍ତେଜିତ କରିବା ସହିତ ବନ ବିଭାଗକୁ ଧମକ ଦେଇ ଅସାମୀକୁ ନୟାଳୟ କୁ ନେବା ପୂର୍ବରୁ ପ୍ରଥମେ ଆମ ନିକଟରେ ହାଜିର କର, ସମସ୍ତ କାଗଜ ପତ୍ର ଗଣମାଧ୍ୟମକୁ ଦେଖାଓ, ସମସ୍ତ ଜବତ ଜିନିଷ ଗଣମାଧ୍ଯମ ସମେତ ଲୋକ ଙ୍କ ସମୁଖରେ ଦେଖାଓ, ନଚେତ ଆମ୍ଭେ ଅସାମୀକୁ ଜୋର ଜବରଦସ୍ତି କରି ବନ୍ୟ ବିଭାଗ ଙ୍କ ହେପାଜତରୁ ଛଡେଇ ନେବୁ,
କୋର୍ଟ କଚେରୀ ଆମକୁ ଦେଖାଓ ନାହିଁ, ଆଗ ଗଣମାଧ୍ଯମକୁ ଦେଖାଓ, ନ ହେଲେ ରେଞ୍ଜର କାର୍ଯ୍ୟାଳୟରେ ନିଆଁ ଲଗାଇଦେବୁ । ଏହିପରି ଭାବରେ ଶ୍ରୀ ଆଚାର୍ଯ୍ୟ ଲୋକଙ୍କୁ ଉତ୍ତେଜିତ କରିବା ସହିତ ଉପସ୍ଥିତ ଲୋକଙ୍କୁ ବନ ବିଭାଗ ବିରୋଧରେ ଉସକାଇ ଅସାମୀକୁ ହାଜତ ରୁ ଛଡେଇ ନେବାପାଇଁ ପ୍ରବର୍ତାଉଥିଲେ ଏହା ବନ୍ୟ ଅଧିକାରୀ ଙ୍କ ସୂତ୍ର ରୁ ଜଣାପଡ଼ିଛି । ଏ ସମ୍ପର୍କରେ ରଣପୁର ରେଞ୍ଜର ସିଧୁ ଚରଣ ସିଂଙ୍କୁ ପଚାରିବାରେ ନିଜକୁ ଖବରଦାତା ହୋଈ ବିଭିନ୍ନ ଅନୈତିକ କାର୍ଯ୍ୟରେ ବିଶ୍ବରଞ୍ଜନ ଲିପ୍ତ ରହୁଥିବାର ପ୍ରମାଣ ମିଳିଛି।
ବନ୍ୟଞ୍ଚଳରୁ ଶିକାର, ଜଙ୍ଗଲ କାଟିବାରେ କାଠ ଚୋରଙ୍କ ସହ ସମ୍ପର୍କ ରହିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛୁ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କରିଛନ୍ତି I ଅଜୟ କୁମାର ପ୍ରଧାନ ବନ୍ୟ ବିଭାଗ ର ସମସ୍ତ କାର୍ଯ୍ୟ କୁ ବିଫଳ କରୁଥିଲେ ଏବଂ ବନ୍ୟ ଜନ୍ତୁ ଶିକାରୀ ମାନଙ୍କୁ ସାହାର୍ଯ୍ୟ କରିବା ସହିତ ସାମ୍ୱାଦିକ ଙ୍କୁ ହାତରେ ରଖି ନ୍ୟୁଜ କରିବା ବଳ ଦେଖାଇ ଲୋକ ଙ୍କୁ ଧମକ ଦେଖାଉଥିଲେ l


