ଦୀର୍ଘ ପ୍ରତୀକ୍ଷାର ଅନ୍ତ : ସାଂସଦଙ୍କ ଉଦ୍ୟମରେ ସହିଦନଗର ସ୍ଥାୟୀ ହାଟ ପାଇଁ ଜମି ଦେଲେ ସରକାର

୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ପାଖାପାଖି ୨୦ ବର୍ଷର ସମସ୍ୟାର ସମାଧାନ କରିଛି ମୋହନ ସରକାର ବୋଲି କହିଛନ୍ତି ସାଂସଦ । ୧୯୬୬ ମସିହାରେ ସହିଦ ନଗରରେ ହାଟ ଆରମ୍ଭ ହୋଇଥିଲା । ଏହା ପରେ ପରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଦୋକାନୀ । ସୁରକ୍ଷା କୁ ନେଇ ଉଠୁଥିଲା ପ୍ରଶ୍ନ । ବିଗତ ୨୫ ବର୍ଷ ଭିତରେ ଉଠା ଦୋକାନ ଙ୍କ ପ୍ରତି ହୋଇଛି ପ୍ରବଳ ଅନ୍ୟାୟ । ୨୦୦୪ ରେ ଭବାନୀ ମଲ୍ ହେବାଯୋଗୁଁ ଏକାଧିକ ଦୋକାନୀ ଙ୍କୁ ହଟାଯାଇଥିଲା, ସେତେବେଳେ ହିଁ ସହିଦନଗର ହାଟ ହୋଇଥିଲା । ଏବେ ୫୦୦ ରୁ ଉର୍ଦ୍ଧ ଦୋକାନୀ ସେଠାରେ ଦୋକାନ କରିଛନ୍ତି ।

ପ୍ରତି ଦୋକାନୀ ଙ୍କ ସୁରକ୍ଷା କୁ ନେଇ ଜମି ହସ୍ତାନ୍ତର ସହ ଏହାର ଉନ୍ନତିକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ କୁ ହସ୍ତାନ୍ତର କରିବା ପାଇଁ ୨୦୦୪ ରୁ ନିବେଦନ ହୋଇଥିଲା । ୨୦୦୯ ରେ ତତ୍କାଳୀନ ବିଧାୟକ ଏହାକୁ ନେଇ ଦାବି କରିଥିଲେ । ଏହାକୁ ତତ୍କାଳୀନ ସରକାର ଏହାକୁ ଗ୍ରହଣ କରୁନଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ସାଂସଦ ଭାବେ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ।

ଏବେ ଆମର ନୂଆ ସରକାର ଆସିବା ପରେ ୩ ଜାନୁଆରୀ ୨୦୨୫ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ସମସ୍ତ ତଥ୍ୟ ଦେଇଥିଲେ ସାଂସଦ । ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି କହିଥିଲୁ । ଦୁଇ ମାସ ନ ହେଉଣୁ ଆଜି ଏହାର ସମାଧାନ କରିଛନ୍ତି । ଏବେ ୫ ଟି ପ୍ଲଟ ରେ ୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହସ୍ତାନ୍ତର ହୋଇଛି । ଏବେ ଭୁବନେଶ୍ୱର ମହାନଗର ନିଗମ ର ରକ୍ଷଣା ବେକ୍ଷଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିରେ ଉପକୃତ ହେବେ ପ୍ରାୟ ୫୦୦ ଦୋକାନୀ । ଆଜି ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଦେଇଛନ୍ତି ସହିଦନଗର ହାଟ ଦୋକାନୀ । ସାଂସଦ ଅପରାଜିତା ଷଡଙ୍ଗୀ ଶୁକ୍ରବାର ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି ଆସିବା ପରେ ସହିଦନଗର କ୍ଷୁଦ୍ର ବ୍ୟବସାୟୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Exit mobile version