ପୁରୀ ଜିଲ୍ଲାର 3 ଗୋଟି ନିର୍ବାଚନୀ ମଣ୍ଡଳୀର 157 ଗୋଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

– ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଉପକୃତ ହେବେ 1 ଲକ୍ଷ 34 ହଜାର 167 ଜଣ

– ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 213.98 କୋଟି ଟଙ୍କା ଖର୍ଚ୍ଚ କରିବେ।

– କୋଣାର୍କ ଯାତ୍ରୀ ନିବାସରେ ନିମାପଡା ନିର୍ବାଚନ ମଣ୍ଡଳୀର ପାନୀୟ ଜଳ ସମସ୍ୟା ସମାଧାନ ଉପରେ ଆଲୋଚନା

୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର  :-  ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀ ରବି ନାରାୟଣ ନାୟକଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ପୁରୀ ସଦର ବ୍ଲକର 12 ଗୋଟି ପଞ୍ଚାୟତର 67ଟି ଗ୍ରାମ, ଗୋପ ବ୍ଲକର 14 ଗୋଟି ପଞ୍ଚାୟତର 84ଟି ଗ୍ରାମ ଏବଂ ନିମାପଡା ବ୍ଲକର 2ଟି ପଞ୍ଚାୟତର 6ଟି ଗ୍ରାମ ପାଇଁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।

213.98 କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ମୋଟ 1 ଲକ୍ଷ 34 ହଜାର 167 ଜଣ ଲୋକ ଉପକୃତ ହେବେ।ନିମାପଡ଼ା ର ଅନ୍ତୁଆର, ଅରିସନଂ ଏବଂ ଗୋପର ବଣିଆସହି, ବନ୍ତଳିଗ୍ରାମ, ନାଗପୁର, ଗଣେଶ୍ୱରପୁର, ଡଭାର, ନୁଆଖିଲମରା ଏବଂ ଅଣ୍ଡିରା ଇଚ୍ଛାପୁର ଜନତା ପ୍ରକଳ୍ପ ଦ୍ୱାରା ଉପକୃତ ହେବେ।
ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରୋଗ ଜୀବନ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ସମେତ ବିଶୁଦ୍ଧ ପାଣିର ମଧ୍ୟ ଆବଶ୍ୟକତା ଅଛି ତେଣୁ ସମସ୍ତଙ୍କ ପାଖରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ । ପରେ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସଚିବ,

ନିର୍ଦ୍ଦେଶକ, EIC ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିମାପଡ଼ା ନିର୍ବାଚନ ମଣ୍ଡଳୀର ପାନୀୟ ଜଳ ସମସ୍ୟା ଉପରେ ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଲୋଚନା କରିବା ସହ ସବୁ ସମସ୍ୟାର ସମାଧାନ ନିର୍ଦ୍ଧିଷ୍ଟ ସମୟ ଭିତରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

 

ଲୋକଙ୍କ ସରକାରରେ ଆମେ ସମସ୍ତେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ଵ ଦେଇ କାର୍ଯ୍ୟ କରୁଅଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ପରେ ଆଜି କୋଣାର୍କ ସ୍ଥିତ ଯାତ୍ରୀ ନିବାସ ରେ ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ବିଭାଗୀୟ ସଚିବ ଏବଂ ନିର୍ଦ୍ଦେଶକଙ୍କ ପୁରୀ ଜିଲ୍ଲାର ପାନୀୟଜଳ ପ୍ରକଳ୍ପ ଗୁଡ଼ିକର ଏକ ସମୀକ୍ଷା ବୈଠକ ରେ ଯୋଗଦେଇଥିଲେ।

Exit mobile version