୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗତ କିଛି ଦିନ ତଳେ ଯୋଗ ଦେଇଥିବା ସର୍ଜରୀ ବିଶେଷଜ୍ଞ ଡ:ଅଭିଷେକ ପଟନାୟକ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ରୂପେ ସେ ନିଜ ଦାଇତ୍ୱ ଗ୍ରହଣ କରିଛନ୍ତି।ଏଥି ପୂର୍ବରୁ ଡ:ସୌରଭ ମହାପାତ୍ର ଗତ କିଛି ବର୍ଷ ଧରି ଏହି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବେ ନିଜ ଦାଇତ୍ୱ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ସୂଚନା ଥାଉକି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୭୭୮୩/ ଏଚ, ୨୨/10/୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିକଟକୁ ଚିଠି କରାଯାଇଥିଲା ।
