ଉସ୍ତି ଫାଉଣ୍ଡେସନ ପକ୍ଷରୁ ପେଣ୍ଠକଟା ବସ୍ତି ଓ ବେଳାଭୂମି ସଫେଇ

୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପେଣ୍ଠକଟା ବେଳାଭୂମିରେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ସୁଇସ ଫେଡ଼େରାଲ ଇନଷ୍ଟିଚ୍ୟୁଟ ଅଫ ଆକ୍ବାଟିକ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ପୁରୀ ପୌରସଂସ୍ଥା ମିଳିତ ସହଯୋଗରେ ଚକ୍ରତୀର୍ଥ ବେଳାଭୂମି ଓ ବସ୍ତି ଅଞ୍ଚଳ ଶୁକ୍ରବାର ସକାଳ ଠାରୁ ଅପରାହ୍ନ ୪ ଟା ପର୍ଯ୍ଯନ୍ତ ସଫେଇ କରାଯାଇଥିଲା ।

ପ୍ରତି ପରିବାରକୁ ବର୍ଜ୍ୟବସ୍ତୁ ବାହାରେ ନ ଫିଙ୍ଗି ଘରେ ଘରେ ଡଷ୍ଟବିନରେ ଅଳିଆ ରଖିବା ପାଇଁ ପ୍ରତ୍ୟେକ ପରିବାରକୁ ବ୍ଲୁ ଏବଂ ଗ୍ରୀନ ଡଷ୍ଟବିନ ପ୍ରଦାନ କରାଯାଇଥିଲା । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଉସ୍ତି ଫାଉଣ୍ଡେସନର ସଦସ୍ଯ ମାନେ ଯୋଗଦେବା ସହିତ ପୂର୍ବତନ କାଉନସିଲର ତଥା ମତ୍ସ୍ଯଜୀବୀ ନେତା ବାବୁଲା ପ୍ରସାଦଙ୍କ ନେତୃତ୍ୱରେ ପେଣ୍ଠକଟା ର ଶତାଧିକ ମତ୍ସ୍ଯଜୀବୀ ପରିବାରର ସଦସ୍ୟମାନେ ବେଳାଭୂମି ସଫେଇ କରିଥିଲେ ।

ବେଳାଭୂମିକୁ ଯାଉଥିବା ବରଫ କଳର ଦୂଷିତ ପାଣି ସମୁଦ୍ରରେ ମିଶୁଥିବା ବେଳେ ଏହାର ପ୍ରତିକାର ପାଇଁ ପୌରସଂସ୍ଥାର କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ନିବେଦନ କରିଥିଲେ । ବେଳାଭୂମିରେ ଗଦା ହୋଇଥିବା ବର୍ଜ୍ୟବସ୍ତୁକୁ ସଫା କରିଥିଲେ । ବସ୍ତିରେ ଶୌଚାଳୟ ନଥିବାରୁ କେତେକ ବାସିନ୍ଦା ବେଳାଭୂମିରେ ମଳତ୍ଯାଗ କରୁଛନ୍ତି ଏହାର ପ୍ରତିକାର ପାଇଁ ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ ପାଇଁ ବସ୍ତି ବାସିନ୍ଦା ମାନେ ଦାବି କରିଥିଲେ ।

ଉସ୍ତି ଫାଉଣ୍ଡେସନ ଇଣ୍ଡିଆର ଚେୟାରମ୍ଯାନ ସଞ୍ଜୀବ ମାରିକ, ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା କୁର୍ତ୍ତ ବୁରକୀ ଓ ସମ୍ପାଦକ ରତନ ବାରିକ,ସାଇମନ ଚେତର, ପୁରୀ ପୌରସଂସ୍ଥା କାର୍ଯ୍ଯ ନିର୍ଵାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସମାଜସେବୀ ଓ ବସ୍ତି ନେତା ବାବୁଲା ପ୍ରସାଦ,

ସ୍ବେଛାସେବୀ ଅନୁଷ୍ଠାନ ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ପୌର ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ବର୍ଜ୍ୟବସ୍ତୁ ସଫା କରିବା ସହ ବସ୍ତିରେ ସଚେତନତା ସୃଷ୍ଟି କରିଥିଲେ । ପରିଚାଳନା ଓ ସମୁଦ୍ରକୂଳ ସଫେଇ ସଂପର୍କରେ ମତବ୍ଯକ୍ତ କରିଥିଲେ ।

Exit mobile version