Home ଓଡ଼ିଶା ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ :- ନୟାଗଡ ଜିଲ୍ଲା ଜାତୀୟ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନୂତନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ସ୍ଵାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ସଙ୍ଘର ଜିଲ୍ଲା ସଭାପତି ଶୁଭସଙ୍କେତ ପଣ୍ଡା ଯୋଗଦେଇ ଆଗାମୀ ଦିନରେ ଦାବି ପରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବା ଉପରେ ଆଲୋକପାତ କରିବା ସହିତ ଏକ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ସ୍ଵାସ୍ଥ୍ୟ ମିଶନ ନିର୍ଦେଶକ ଓ ବଜେିପି ସଭାପତିଙ୍କୁ ସଙ୍ଘ ପକ୍ଷରୁ ପୋଷ୍ଟକାର୍ଡ ପଠେଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆଜକୁ ୨୦ବର୍ଷ ଧରି କାର୍ଯ୍ୟରତ ପରିଚାଳନା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ କାର୍ଯ୍ୟକରୁଥିବା ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ମିଳିବା ପାଇଁ କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ। ମେଲେରିଆ ନିରାକରଣ, କୁଷ୍ଠ ନିରାକରଣ, ଯକ୍ଷ୍ମା ନିରାକରଣ, ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ, ମାନସିକ ରୋଗର ଚିହ୍ନଟ ଓ ଚିକିତ୍ସା, ଅଣ ସଂକ୍ରାମକ ରୋଗର ଚିହ୍ନଟ ଓ ନିରାକରଣ, ମାତୃ ମୃତ୍ୟୁହାର ଓ ଶିଶ ମୃତ୍ୟୁହାରକୁ ହ୍ରାସ କରିବା, ସମସ୍ତ ଡାକ୍ତରଖାନାଗଡୁକ଼ କାୟାକଳ୍ପ ଓ କ୍ୱାଲିଟି ପ୍ରମାଣ ପତ୍ର ପ୍ରଦାନ କରାଇବା ସହ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଏବଂ କରୋନା ମହାମାରୀ ରୋଗର ସଫଳତାର ସହିତ ସଠିକ ପରିଚାଳନାରେ କର୍ମଚାରୀଙ୍କ ଅବଦାନ ରହୁଛି। ସରକାରଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାର ଅଭିଯୋଗ କରାଯାଇଥିଲା । ତେବେ ବର୍ତ୍ତମାନର ସରକାର ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ଚାକିରି ସ୍ଥାୟୀ କରିବା, ସର୍ବନିମ୍ନ ଦରମା ଚାଳିଶ ହଜାର, ନିଃଶୁଳ୍କ ପରିବାର ସ୍ଵାସ୍ଥ୍ୟବୀମା, ଘରଭଡା ଓ ମହଙ୍ଗା ଭତ୍ତା ସହିତ ସରକାରୀ ନିୟମ ଅନୁସାରେ ଛୁଟି ପ୍ରଦାନ ଇତ୍ୟାଦି ଦାବି ଗୁଡିକ଼ ପୂରଣ ନକରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯବି ବୋଲି ସଂଘ ପକ୍ଷରୁ ନିଷ୍ପତ୍ତିହୋଇଥିଲା । ବୈଠକରେ ସଂଘର ଜିଲ୍ଲା ସମ୍ପାଦକ ବିଶ୍ଵ ରଞ୍ଜନ ଦଳାଇ, କୋଷଧକ୍ଷ ମନୋରଂଜନ ସାହୁ, ଯଗ୍ମ ସମ୍ପାଦକ ଦିଲୀପ କୁମାର ବସନ୍ତିଆ, ବିଶ୍ଵରଜନ ସୁବୁଦ୍ଧି, ନିବେଦିତା ପ୍ରଧାନ, ମମତା ବିଷୋୟୀ, ତୁଷାର ରଞ୍ଜନ ସାହୁ, ପ୍ରଭାକର ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content होटल प्रबंधन संस्थान, भुवनेश्वर द्वारा हिंदी पखवाड़ा - 2026 का भव्य समापन समारोह एवं कवि सम्मेलन “हास्य सुरभि 2.0” का आयोजन by Proprietor Abhimanyu Maharana September 30, 2026 ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ : ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାର ନୂଆ ମୋଡ଼ by Proprietor Abhimanyu Maharana September 30, 2026 ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି by Proprietor Abhimanyu Maharana September 30, 2026 ସର୍ବ ଭାରତୀୟ ସ୍ତରରେ "MY Bharat" (Mera Yuva Bharat) ଦ୍ଵାରା ଆୟୋଜିତ Seva pakhwada (ସେବା ପକ୍ଷ) ଅଭିଯାନ - ରଣପୁର by Proprietor Abhimanyu Maharana September 30, 2026 ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026