Home ଓଡ଼ିଶା ନୟାଗଡ଼ ଜିଲ୍ଲା ପରିଷଦର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ : ଅସନ୍ତୋଷ ପ୍ରକାଶ କରି କକ୍ଷ ପରିତ୍ୟାଗ କଲେ – ବିଜେଡି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜିଲ୍ଲା ପରିଷଦ ସଦସ୍ୟ,ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ କକ୍ଷକୁ ଫେରିଲେ ଜିଲ୍ଲା ପରିଷଦ ସଦସ୍ୟ ୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ଜିଲ୍ଲା ପରିଷଦର ନବମ ସାଧାରଣ ଅଧିବେଶନ ଏଠାକାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୃଜନ ଗୃହରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଚାଲୁଥିବା ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା l ଫଳରେ ଉପସ୍ଥିତ ବିଜେଡି ଜିଲ୍ଲାପରିଷଦ ସଦସ୍ୟ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ନାରାବାଜି କରି କକ୍ଷ ତ୍ୟାଗ କରିଥିଲେ l ପରେ ଜେ.ପି ସଦସ୍ୟ ମାନେ ସମ୍ମିଳନୀ କକ୍ଷ ବାହାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମିଳିତ ହୋଇ ନିଜର ଅସୂୟା ଭାବ ପ୍ରଦର୍ଶନ କରି ଥିଲେ l ତେବେ ଘଟଣା ଜୋର ହେବାରୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଧାରଣସ୍ଥଳୀକୁ ଆସି ବୁଝା ସୁଝା କରିବାରୁ ଜିଲ୍ଲାପରିଷଦ ସଦସ୍ୟ ମାନେ ପୁନଶ୍ଚ ଅଧିବେଶନରେ ଉପସ୍ଥିତ ହୋଇ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ହେଉଥିବା ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ ତେବେ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ପଢିଆରି ନିଜ ଅଂଚଳରେ ହୋଇଥିବା ଏକ କାର୍ଯ୍ୟର ଅନିୟମିତତା ସମ୍ପର୍କରେ ଓଡ଼ଗାଁ ବିଡ଼ିଓଙ୍କୁ ଜଣାଇଥିଲେ ମାତ୍ର ସେ ଅଧିକାରୀ କିଭଳି ତାକୁ ଏଡେଇ ଯାଇଥିଲେ ସେ ସମ୍ପର୍କରେ ଅଧିବେଶନର ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ସମୟରେ ସଭାରେ ଉପସ୍ଥିତ ଥିବା ଓଡ଼ଗାଁ ବ୍ଲକ ବିଡ଼ିଓଙ୍କୁ ଏହାର ଜବାବ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ତେବେ ସମ୍ପୃକ୍ତ ବିଡ଼ିଓଙ୍କ ଉତ୍ତର ସନ୍ତୋଷ ଜନକ ନହେବାରୁ ସଦସ୍ୟ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅଧିବେଶନ ଅଧାରୁ ଉଠି ଆସିଥିଲେ | ତେବେ ଏହି ସମୟରେ ଚାଲିଥିବା ଅଧିବେଶନରେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ଦେଖା ଯାଇଥିଲା ତେବେ ଅଧିବେଶନରେ ଉପସ୍ଥିତ ଥିବା ବିଜେପି ଜିଲ୍ଲାପରିଷଦ ସଭ୍ୟା କକ୍ଷ ତ୍ୟାଗ କରି ନଥିବା ଦେଖା ଯାଇଥିଲା l ଏହି ଅଧିବେଶନରେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀ ଉପସ୍ଥିତ ଥିଲେ l ତେବେ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ଜିଲ୍ଳାର ସରକାରୀ ଅଧିକାରୀ ମାନେ ଗୁରୁତ୍ୱ ପ୍ରଦାନ କରୁ ନଥିବାରୁ ସଭ୍ୟ ମାନେ ଉଦବେଗ ପ୍ରକାଶ କରିବାରୁ ଜିଲ୍ଲାପାଳ ଏ ସମ୍ପର୍କରେ ମଧ୍ୟ ମତ ରଖିଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ : ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାର ନୂଆ ମୋଡ଼ by Proprietor Abhimanyu Maharana September 30, 2026 ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି by Proprietor Abhimanyu Maharana September 30, 2026 ସର୍ବ ଭାରତୀୟ ସ୍ତରରେ "MY Bharat" (Mera Yuva Bharat) ଦ୍ଵାରା ଆୟୋଜିତ Seva pakhwada (ସେବା ପକ୍ଷ) ଅଭିଯାନ - ରଣପୁର by Proprietor Abhimanyu Maharana September 30, 2026 ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026