୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ରାଜ୍ୟର ପ୍ରଥମ ଜିଲ୍ଲା ସ୍ତରୀୟ ପୁଞ୍ଜି ବିନିଯୋଗ କର୍ମଶାଳା-୨୦୨୫ ଦାରିଙ୍ଗବାଡି ସ୍ଥିତ ଇକୋ ରିଟ୍ରିଟ୍ ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ, ପଶୁପାଳନ, ଉଦ୍ୟାନ କୃଷି ପାଇଁ ପାଇଁ ବ୍ୟାପକ ସୁଯୋଗ ରହିଥିବା ଏବଂ ଏହାର ଉପଯୋଗ ପାଇଁ ଏହା ଏକ ଯଥାର୍ଥ ଉଦ୍ଯମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍କର୍ଷ ଓଡିଶାର ସଫଳ ରୂପାୟନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ ସାଂସଦ ଶ୍ରୀ ପାଣିଗ୍ରାହୀ ।
