Home ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ଓ ସମୁଦ୍ରକୂଳ ସଫେଇ ସଂପର୍କରେ ଆଲୋଚନାଚକ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସୁଇସ୍ ଫେଡ଼େରାଲ ଇନଷ୍ଟିଚ୍ୟୁଟ ଆକ୍ବାଟିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ପୁରୀ ପୌରସଂସ୍ଥା ଓ ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଚକ୍ରତୀର୍ଥ ରୋଡ ସ୍ଥିତ ବିଏନଆର ଚାଣକ୍ୟ ସଭାଗୃହ ଠାରେ ଗୁରୁବାର ପୂର୍ବାହ୍ନରେ ଦୁଇ ଦିନିଆ ଆଲୋଚନାଚକ୍ର ଆରମ୍ଭ ହୋଇଛି । ପେଣ୍ଠକଟା ବସ୍ତି ଅଞ୍ଚଳ ସଫେଇ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସମୁଦ୍ରକୂଳ ସଫେଇ ଓ ପରିବେଶ ସୁସ୍ଥ ରଖିବା ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସୁଇଜରଲ୍ୟାଣ୍ଡର ବିଶେଷଜ୍ଞ ପ୍ରତିନିଧି , ପୁରୀ ପୌରସଂସ୍ଥାର ଅଧିକାରୀ ମାନେ ଓ ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆର କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରୁ ଗୁରୁ ନାରାୟଣ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ସ୍ବାଗତ ସଂଗୀତ ଓ ମହିଷାସୁର ବଧ ନୃତ୍ଯ ପରିବେଷଣ କରାଯାଇଥିଲା । ପାଇଲଟ ପ୍ରୋଜେକ୍ଟ ହିସାବରେ ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆକୁ ଏହି ଦାୟିତ୍ବ ଦିଆଯାଇଛି । ଏହି ଆଲୋଚନାଚକ୍ରରେ ବର୍ଜ୍ୟବସ୍ତୁ ପରିଚାଳନା, ବିଶ୍ବସ୍ତରୀୟ ବର୍ଜ୍ୟବସ୍ତୁ ପରିଚାଳନା ଓ ସମୁଦ୍ରକୂଳ ସଫେଇ ସଂପର୍କରେ ଆଲୋକପାତ କରାଯାଇଥିଲା । ପେଣ୍ଠକଟା ଅଞ୍ଚଳରେ ବସବାସ କରୁଥିବା ୩୦ ହଜାର ମତ୍ସ୍ୟଜୀବୀଙ୍କ ସ୍ୱାସ୍ଥ୍ୟଗତ ସୁବିଧା ପାଇଁ ପ୍ରତି ପରିବାରକୁ ଅଳିଆ ରଖିବା ବାଲଟି ଦିଆଯିବ । ବାସିନ୍ଦା ମାନେ ଯେପରି ବସ୍ତି ଭିତରେ ଓ ସମୁଦ୍ରକୂଳେ ବର୍ଜ୍ୟବସ୍ତୁ ନ ଫୋପାଡିବେ ସେ ସଂପର୍କରେ ସଚେତନ କରାଯିବ । ମତ୍ସ୍ୟଜୀବୀ ବସ୍ତି ଅଞ୍ଚଳ ସଫେଇ, ପରିବେଶ ଶିକ୍ଷା ଓ ଅଞ୍ଚଳ ବାସୀଙ୍କ ସହଯୋଗରେ ଏହା ସମ୍ଭବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଲୋଚନାଚକ୍ରରେ ସୁଇଜରଲ୍ୟାଣ୍ଡର ବିଶେଷଜ୍ଞ ଲୌରା ନେଲି ଭେଲକୁଇଜ,ବର୍ଜ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ କାର୍ତ୍ତିକ କାପୁର, ଉସ୍ତି ଫାଉଣ୍ଡେସନ ଇଣ୍ଡିଆର ଚେୟାରମ୍ଯାନ ସଞ୍ଜୀବ ମାରିକ, ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା କୁର୍ତ୍ତ ବୁରକୀ ଓ ସମ୍ପାଦକ ରତନ ବାରିକ, ଓଡିଶା ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡର ସଭ୍ଯ ସମ୍ପାଦକ ଡକ୍ଟର କେ.ମୁରୁଗି ଶାନ,ସାଇମନ ଚେତର, ପୁରୀ ପୌରସଂସ୍ଥା କାର୍ଯ୍ଯ ନିର୍ଵାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସମାଜସେବୀ ଓ ବସ୍ତି ନେତା ବାବୁଲା ପ୍ରସାଦ, ସ୍ବେଛାସେବୀ ଅନୁଷ୍ଠାନ ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ପୌର ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ବର୍ଜ୍ୟବସ୍ତୁ ପରିଚାଳନା ଓ ସମୁଦ୍ରକୂଳ ସଫେଇ ସଂପର୍କରେ ମତବ୍ଯକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ପେଣ୍ଠକଟା ଅଞ୍ଚଳବାସୀ , ଉସ୍ତି ଫାଉଣ୍ଡେସନ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସମ୍ବାଦିକ ମାନେ ଯୋଗ ଦେଇଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026 ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ by Proprietor Abhimanyu Maharana August 6, 2026