କ୍ରେଡିଟ ଆକ୍ସେସ ଗ୍ରାମୀଣ ଲିମିଟେଡ ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବା) କଳାହାଣ୍ଡି :- ଭାରତ ବର୍ଷର ସର୍ବବୃହତ କ୍ଷୁଦ୍ର ଋଣ ଯୋଗାଣକାରୀ ସଂସ୍ଥା କ୍ରେଡିଟ ଆକ୍ସେସ ଗ୍ରାମୀଣ ଲିମିଟେଡ ନର୍ଲା ଶାଖା ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଛନ୍ତି। କରୋନା ମହାମାରୀକୁ ଆଖି ଆଗରେ ରଖି ଲୋକମାନେ କିପରି ସଚେତନ ହେବା ସହ ମାକ୍ସ ବ୍ୟବହାର କରିବେ, ନିଜ ହାତକୁ ସାନିଟାଇଜର କିମ୍ବା ସାବୁନରେ ଧୋଇବେ

ସେ ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ ପାଇଁ ଶାଖାର ପରିଚାଳକ ରଜନୀ କାନ୍ତ ପ୍ରଧାନ,ସାନ୍ତନୁ ପାତ୍ର, ତୁଷାର ରଂଜନ ମହାନ୍ତି,ଦିଲିପ କୁମାର ମାଝୀ, ସୁଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହା ସହ ନର୍ଲା ବ୍ଳକ, ତହସିଲ, ଥାନା, ଗ୍ରାମପଞ୍ଚାୟତ, ସାମ୍ବାଦିକ ସଂଘ ସହ ଅନେକ କାର୍ଯ୍ୟାଳୟରେ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version