ମଣିନାଗ ମନ୍ଦିର ନିକଟରେ ଶହୀଦ ଅର୍ଜୁନ ରାଉତ ଆଦର୍ଶ ଉଦ୍ୟାନ ଉଦଘାଟିତ

୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର  :-  ରଣପୁର ଏନଏ ସି ସ୍ଥିତ ମା ମାଣିନାଗ ଙ୍କ ମନ୍ଦିର ନିକଟରେ ଶହୀଦ ଅର୍ଜୁନ ରାଉତ ଆଦର୍ଶ ଉଦ୍ୟାନ ଓଡିଶା ର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ମଙ୍ଗଳବାର ସନ୍ଧ୍ୟା ରେ ପ୍ରଥମେ ଉଦ୍ୟାନ ସମୁଖ ଗେଟ ପାର୍ଶ୍ଵରେ ଶହୀଦ ଅର୍ଜୁନ ରାଉତ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଉଦଘାଟନ କାର୍ଯ୍ୟ ସମାପନ କରାଯାଇଥିଲା l

 

ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥିଭାବେ ଜିଲ୍ଲାପରିଷଦ ଅଧକ୍ଷ ଇ ଦେବାଶିଷ ପଟ୍ଟନାୟକ, ପ୍ରଳାଳ୍ପ ନିର୍ଦେଶକ(ସହରାଞ୍ଚଳ )ନୟାଗଡ ସୁମନ ବେହେରା,ଏନଏ ସି ଅଧକ୍ଷା ରଙ୍ଗୀନ ମହାନ୍ତି, ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ ଙ୍କ ସହ ସମସ୍ତ କାଉନସିଲର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ଉଦଘାଟନୀ କାର୍ଯ୍ୟ ସରିବାପରେ ପାର୍କ ପରିସରମଧ୍ୟରେ ଓଡିଶା ର ସୋନାମଧନ୍ୟ କଣ୍ଠଶିଳ୍ପୀ ଟି ସୌରୀ ଙ୍କ ସହ ଅର୍କେଷ୍ଠାର ସା ରେ ଗା ମା ପା ମେଲୋଡି ର କଳାକାର ମାନଙ୍କ ଦ୍ୱାରା ମେଲୋଡି ପରିବେଷଣ କରାଯାଇଥିଲା l ଶତାଧିକ ଦର୍ଶକ ଏହାର ମଜା ନେଇଥିବା ଦେଖିବାକୁ ମିଳିଥିଲା l

Exit mobile version