Home ଓଡ଼ିଶା ସୁଭଦ୍ରା ଶକ୍ତି ମେଳା ୨୦୨୫ – ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଅଭିନବ କଳା ଓ କୌଶଳ ସହ ପରମ୍ପରାକୁ ପ୍ରୋତ୍ସାହନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp – ୬ ଦିନ ରେ ବ୍ୟବସାୟ ୨କୋଟିରୁ ଅଧିକା ୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ୨୦୨୫ ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର ଏକ କେନ୍ଦ୍ର ସାଜିଥିବା ବେଳେ, ମିଲେଟ୍-ଆଧାରିତ ସ୍ନାକ୍ସ୍ ଓ ନାନା ରକମର ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ଜନସମୂହଙ୍କୁ ଆକର୍ଷିତ କରୁଅଛି। ମେଳାର ୬ଷ୍ଠ ଦିନରେ ପରିଦର୍ଶକଙ୍କ ମଧ୍ୟରେ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀର ଚାହିଦା ଥିଲା । ଗଜପତି ମୋହନା ବ୍ଲକ୍ ର ନିବେଦିତା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଅର୍ଗାନିକ୍ ହାତ ଧୋଇବା ସାବୁନ, ବାସନ ଧୋଇବା ସାବୁନ ଏବଂ ଡିଟରଜେଣ୍ଟ୍ ଦର୍ଶକଙ୍କୁ ବେଶ ଆଦୃତ କରିଥିଲା । ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଘରୋଇ ଉତ୍ପାଦ ଗୁଡିକ ପ୍ରତି ଆଗ୍ରହ ଏହି କ୍ଷେତ୍ରରେ ମହିଳା ଉଦ୍ୟୋଗୀ ମାନଙ୍କ ବ୍ୟବସାୟର ଅଭିବୃଦ୍ଧିକୁ ଦର୍ଶାଉଛି । ମେଳାକୁ ମାନ୍ୟବର ବିଭୁତି ଭୂଷଣ ପ୍ରଧାନ, ବିଧାୟକ, ପରଜଙ୍ଗ ତଥା ଶ୍ରୀମତୀ ସୋଫିଆ ଫିର୍ଦୋଷ, ମାନ୍ୟବର ବିଧାୟିକା, ବାରବାଟୀ-କଟକଙ୍କ ପରିଦର୍ଶନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ବାର୍ତ୍ତାଳାପ ମା’ ମାନଙ୍କୁ ପ୍ରୋତ୍ସାହିତ କରିଥିଲା । ସେମାନେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ମେଳାରେ ପ୍ରଦର୍ଶିତ ଉତ୍ପାଦ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ କାରିଗରୀର ପ୍ରଶଂସା କରିଥିଲେ। ୬ଷ୍ଠ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ଐତିହ୍ୟ ଏବଂ ସଙ୍ଗୀତର ଏକ ମିଶ୍ରଣ ଥିଲା । ଦାସକାଠିଆ ମାଧ୍ୟମରେ ଦର୍ଶକ ପାରମ୍ପରିକ ଲୋକକଥାର ଆନନ୍ଦ ଉଠାଇଥିବା ବେଳେ ମନୋମୁଗ୍ଧକର ଗାୟକୀ ଭରା ମେଲୋଡି ଦର୍ଶକମାନଙ୍କ ମନମୋହିତ କରିଥିଲା । ପ୍ରତିଦିନ ସୁଭଦ୍ରା ଶକ୍ତି ମେଳା ୨୦୨୫ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିଛି। ୬ଷ୍ଠ ଦିନ ଶେଷ ସୁଦ୍ଧା, ମୋଟ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ ବୁଲି ଥିବା ବେଳେ ସମୁଦାୟ ₹୨ କୋଟିରୁ ଅଧିକ ବିକ୍ରୟ ରେକର୍ଡ୍ କରାଯାଇଥିଲା ଯାହା କ୍ରେତାମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦଗୁଡ଼ିକର ଅଭୂତପୂର୍ବ ଚାହିଦା ଏବଂ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ଦର୍ଶାଉଛି। ଉଦଯାପନ ପାଇଁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ସମସ୍ତ ଦର୍ଶକଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ମା’ ମାନଙ୍କ ଉଦ୍ୟୋଗିତାକୁ ସମର୍ଥନ ପୂର୍ବକ ମେଳା ପରିଦର୍ଶନ କରିବାକୁ ଅନୁରୋଧ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ୱାର୍ଲଡ ପୋଷ୍ଟ ଡେ ରେ ପୁରୀର ପ୍ରିୟଙ୍କା ଷଡଙ୍ଗୀ ସମ୍ମାନିତ by Proprietor Abhimanyu Maharana October 11, 2026 ହବିଷ୍ୟାଳୀ ବ୍ରତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 11, 2026 କାଦୁଆ ଆଶ୍ରମ ରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026