୨୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ରଣପୁର ଏନ ଏ ସି ସ୍ଥିତ କଂସାରୀ ସାହି ନିକଟରେ ବୁଧବାର ସନ୍ଧ୍ୟାରେ ମଟରସାଇକେଲ ଦୁର୍ଘଟଣା ରେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି l ରଣପୁର ସାଗର ସାହି ର କଣ୍ଡୁରୀ ମହାରଣା ଙ୍କ ପୁଅ ନିରଞ୍ଜନ ମହାରଣା (45) ଏକ ମଟରସାଇକେଲ ରେ କଂସାରୀ ସାହି ମଧ୍ୟ ଦେଇ ବଜାର କୁ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଛିଟିକି ପଡି ଏକ ପଥରରେ ମୁଣ୍ଡ ମାଡ଼ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା l
ସ୍ଥାନୀୟ କଂସାରୀ ବାସିନ୍ଦା ତାଙ୍କୁ ଉଠାଇ ନେଇ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତିକରିଥିଲେ l ପ୍ରାଥମିକ ଚିକିତ୍ସା ବେଳେ ଡାକ୍ତର ନିରଞ୍ଜନ ଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି l ସେ ତାଙ୍କ ପରିବାର ର ଏକମାତ୍ର ପୁତ୍ର ହୋଇଥିବା ହେତୁ ପରିବାର ଲୋକେ ତାଙ୍କ ମୃତ୍ୟୁନେଇ ଭାଙ୍ଗିପଡ଼ିଥିବା ସହ ସମଗ୍ର ରଣପୁର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l

