Home ଓଡ଼ିଶା ମୋହନା ପଞ୍ଚାୟତ ସମିତି ର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ : ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନ ପ୍ରକଳ୍ପ ସ୍ଥିରୀକୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଏକ ଆଦିବାସୀ ବହୁଳ ପାହାଡିଆ ଅଞ୍ଚଳ ଏହା ସଙ୍ଗେ ଓଡ଼ିଶା ର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବେ ପରିଚିତ। ଏହି ବ୍ଲକ ୩୯ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠନ ହୋଇଛି। ଆଜି ମୋହନା ବ୍ଲକ ର ଅଷ୍ଟମ ସାଧାରଣ ବୈଠକ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମିତି ବୈଠକରେ ବ୍ଲକ ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା କୁମାରୀ ମଲ୍ଲିକ, ମୋହନା ଏବଂ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ବିଡିଓ ରାଜୀବ ଦାସ ପ୍ରମୁଖ ସମିତି ବୈଠକରେ ଉପସ୍ଥିତ ରହିଥିଲେ। ମୋହନା ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଗୁଡ଼ିକ ଉପସ୍ଥିତ ରହି ବୈଠକ ରେ ଭାଗ ନେଇଥିଲେ। ବୈଠକ ଆରମ୍ଭ ପୂର୍ବରୁ ବିଧାୟକ ଙ୍କ ସମେତ ସମସ୍ତ ପ୍ରତିନିଧି ମାନଙ୍କୁ ବ୍ଲକ ତରଫରୁ ଫୁଲ ତୋଡା ସହ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା। ଏହି ବୈଠକ ରେ ରାଜ୍ୟ ସରକାରଙ୍କ ହେବାକୁ ଥିବା ନୂତନ ଯୋଜନା “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟାବଳୀ ଗୁଡ଼ିକ ଦୃଢ଼ି କରଣ ସହ ଅଟକଳ ପ୍ରସ୍ତୁତ କରାଯାଇ ଅର୍ଥ ମଞ୍ଜୁରୀ ନିମନ୍ତେ ଜିଲ୍ଲା ସ୍ତରକୁ ପଠାଯିବ ନିମନ୍ତେ ମତ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ଏହି ଯୋଜନା ୨୦୧୧ମସିହା ଜନଗଣନା ଅନୁଯାୟୀ ଅର୍ଥ ମଞ୍ଜୁରୀ ହୋଇ ପଞ୍ଚାୟତ ସ୍ତରରେ କାର୍ଯ୍ୟ ୨୦୨୪-୨୫ ମସିହା ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମୋହନା ବ୍ଲକ ରେ ୩୯ଟି ଗ୍ରାମ ପଞ୍ଚାୟତ ଥିବା ବେଳେ କେବଳ ୫ କୋଟି ଅନୁଦାନ ମିଳିଥିବାରୁ ଆଖି ଦୃଷ୍ଟିଆ କୌଣସି କାର୍ଯ୍ୟ ପଞ୍ଚାୟତ ସ୍ତରରେ ଯଥେଷ୍ଟ ହେବନି ବୋଲି କେତକ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ମତ ପ୍ରକାଶ କରିଥିଲେ। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିଲା ବେଳେ ପାନୀୟ ଜଳର ଅଭାବ ଦେଖିବାକୁ ମିଳିଛି ବୋଲି ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସମିତି ର ସଭ୍ୟ ମାନେ। ଏହି ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, କୃଷି, ବନ ବିଭାଗ, ଅଗ୍ନିଶମ ବିଭାଗ ସହ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଯଦି ଯେଉଁ ବିଭାଗ ଅଧିକାରୀ ଅନୁପସ୍ଥିତ ଥିଲେ ସେମାନେ କାହିଁକି ଅନୁପସ୍ଥିତ ଥିଲେ ପଚାରିବା ପାଇଁ ସ୍ତିରିକୃତ ହୋଇଥିଲା। ବୈଠକରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦୀପକ କୁମାର ପ୍ରଧାନ ପୂର୍ବ ବୈଠକ କ ବିବରଣୀ ପଠନ ସହ ସରକାରଙ୍କ ନୂତନ ଯୋଜନା କାର୍ଯ୍ୟ କିପରି କାର୍ଯ୍ୟକାରୀ ହେବ ତାହା ବୁଝାଇଥିଲେ। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ସରକାରଙ୍କ ଦୃଷ୍ଟି କୁ ସମସ୍ତ ବିଷୟ ଆଣି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026