୨୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ପବିତ୍ର ମହାଶିବରାତ୍ରୀ ଓ ‘ଜାଗର’ ଉତ୍ସବ ଅବସରରେ ଗାଁଠୁ ସହରର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ବାଲିଗୁଡା ତଥା ଏହାର ଆଖପାଖ ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି। ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜଳେଶପଟ୍ଟାର ଜଳେଶ୍ୱର ମନ୍ଦିର ରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନ ତମାମ ପୂଜା କାର୍ଯ୍ୟକ୍ରମ ଚାଲୁ ରହିଥିଲା l

