୨୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀ ର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥ ଙ୍କ ପୀଠ ରେ ଆଜି ଜାଗର ଅବସରରେ ବିପୁଳ ଜନ ସମାଗମ ହୋଇଥିଲା।ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସୂଚନା କେନ୍ଦ୍ର ବା ହଜିବା ଖୋଜିବା କେନ୍ଦ୍ର କରାଯାଇଥିଲା।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ଵାରା ସୂଚନା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଥିଲା ।

