Home ଓଡ଼ିଶା ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସମର୍ପଣ ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ନଅ ଜଣ ରେଳ କର୍ମଚାରୀ ପୁରସ୍କୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସମର୍ପଣ ପାଇଁ ନଅ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି ।ଏହି ସଚେତକ କର୍ମଚାରୀମାନେ ଉପରୋକ୍ତ ସେକ୍ସନରେ, କିଛିଟା ଟ୍ରେନରେ ହଟ୍ ଏକ୍ସଲ୍ ଏବଂ ବାଇଣ୍ଡିଂ ମାମଲା ଚିହ୍ନଟ କରିଥିଲେ ଏବଂ ସତର୍କତାମୂଳକ କାର୍ଯ୍ୟ ପାଇଁ ତୁରନ୍ତ ସେମାନଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । କର୍ମଚାରୀଙ୍କ ଏହି ଦ୍ରୁତ ପଦକ୍ଷେପ ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇ ପାରିଲା । ଏହି ନଅ ଜଣ ରେଳ କର୍ମଚାରୀ ହେଲେ ଶ୍ରୀ ସଞ୍ଜୀବ କୁମାର ଟ୍ରାକ ମେଣ୍ଟେନର ପଟିଆ,ଶ୍ରୀ ମାନସ ରଞ୍ଜନ ସାହୁ ଟ୍ରାକ ମେଣ୍ଟେନର କାଳୁ ପଡ଼ାଘାଟ, ଶ୍ରୀ ସଞ୍ଜୟ କୁମାର ବେହେରା ଟ୍ରାକ ମେଣ୍ଟେନର ଭୂଷଣ୍ଡପୂର୍,ଏସ.କେ.ପର୍ଭିସ ଆଲମ୍ ଟ୍ରାକ ମେଣ୍ଟେନର ଭୁବନେଶ୍ଵର, ଶ୍ରୀ ଶଙ୍କର୍ଷଣ ମହାରଣା ଟ୍ରାକ ମେଣ୍ଟେନର ଗୋରଖନାଥ, ଶ୍ରୀ ଲକ୍ଷ୍ମଣ ମୁର୍ମୁ ଟି.ପି.ଏମ.ଏ ହରିଦାସପୁର, ଶ୍ରୀ ପ୍ରମୋଦ କୁମାର ନାୟକ ଟ୍ରେନ ମ୍ୟାନେଜର ଖୋର୍ଦ୍ଧାରୋଡ଼, ଶ୍ରୀ ଦେବବ୍ରତ ରାଉତ ଲୋକ ପାଇଲଟ୍ ଯଖପୁରା,ଏବଂ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ଲୋକ ପାଇଲଟ୍ ଖୋର୍ଦ୍ଧା ରୋଡ଼ । ଏହି ସମ୍ବର୍ଧନା ସଭାରେ ଶ୍ରୀ ପି.କେ. ବେହେରା ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ତଥା ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା)ଶ୍ରୀ ନମୋନାରାୟଣ ମୀନା, ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ । ଏହି ସମାରୋହରେ ଶ୍ରୀ ଏଚ୍.ଏସ୍. ବାଜୱା ଟ୍ରେନ୍ ସେବାଗୁଡିକର ନିରାପତ୍ତା କାର୍ଯ୍ୟକୁ ସୁଗମ ଓ ସୁନିଶ୍ଚିତ କରିବା ପାଇଁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିରନ୍ତର ପରିଶ୍ରମ କରୁଥିବା ଏହି ରେଳ କର୍ମଚାରୀଙ୍କ ଅବିସ୍ମରଣୀୟ ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି । ଏହି ସମ୍ବର୍ଧନା କେବଳ ଏହି ବ୍ୟକ୍ତି ବିଶେଷଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇନଥିଲା ବରଂ ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ଉତ୍ସର୍ଗୀକୃତ ରହିବାକୁ ଉତ୍ସାହିତ କରିଥାଏ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ by Proprietor Abhimanyu Maharana October 11, 2026 ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ by Proprietor Abhimanyu Maharana October 11, 2026 ସିନ୍ଧେକେଲାରେ ବଣିକ ସଂଘର ନୂଆଁଖାଇ ଭେଟଘାଟ, ପୂର୍ବତନ ସମ୍ପାଦକ ସମ୍ମାନିତ by Proprietor Abhimanyu Maharana October 11, 2026 କଣ୍ଟାବାଞ୍ଜିରେ ଟ୍ରାଫିକ୍ ଅରାଜକତା, ଚୋରି ଆତଙ୍କ: ଏସଡିପିଓଙ୍କୁ ନାଗରିକ କମିଟିର ଦାବିପତ୍ର by Proprietor Abhimanyu Maharana October 11, 2026 ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। by Proprietor Abhimanyu Maharana October 11, 2026 ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ - ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ by Proprietor Abhimanyu Maharana October 10, 2026