ସ୍କୁଟିକୁ ଧକା ଦେଲା ବାଲି ବୋଝେଇ ହାଏଵା ସ୍ତ୍ରୀ ମୃତ ସ୍ୱାମୀ ଓ ପୁଅ ଗୁରୁତର ଆହତ

୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ସୋମବାର ସଖାଳ ସାଢେ଼ ୧୦ଟା ସମୟରେ କେନ୍ଦ୍ରାପଡା ୨୦ ନମ୍ବର ୱାର୍ଡ଼ ମହିପାଳ ଗାଁର କାମାକ୍ଷା ପ୍ରସାଦ ସାହୁଙ୍କ ସ୍ତ୍ରୀ ମୃତକ ଶ୍ରଦ୍ଧାଞ୍ଜଳି ସାହୁ ମହିପାଳରୁ ତାଙ୍କ ପୁଅ ଶୀତକୁ ନେଇ ସଦର ଥାନା ଅଧିନ ରାମନଗର ପାଟଣାରେ ଥିବା ନୂଆ ଘରକୁ ଏକ ସ୍କୁଟି ଯୋଗେ ଯାଉଥିଲେ । ତିନିମୁହାଣୀ ଟ୍ରାଫିକ ପୋଷ୍ଟ ପାର ହେବା ପରେ ମାଛ ମାର୍କେଟ ଆଗରେ ଏକ ବାଲି ବୋଝେଇ ହାଇୱା (OD04K 3836) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ହାଇୱାର ପଛ ଚକା ତଳେ ଚାପି ହୋଇଯାଇଥିଲେ ସେ । ଦୁର୍ଘଟଣାରେ ଶ୍ରଦ୍ଧାଞ୍ଜଳି ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଶୀତ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଓ ଟାଉନ ଥାନା ପୋଲିସ ସାହାଯ୍ୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଉତ୍ୟକ୍ତ ଲୋକେ ବାଲି ବୋଝେଇ ହାଇୱା ଡ୍ରାଇଭରକୁ ଧରି ନିସ୍ତୁକ ମାଡ଼ ମାରିଥିଲେ।

ତିନିମୁହାଣୀ ଟ୍ରାଫିକ ପୋଷ୍ଟ ଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି ଏହି ଦୁଃଖଦ ଘଟଣା । ସହରରେ ଭାରୀଯାନ ପ୍ରବେଶ କଟକଣା ଥିବା ବେଳେ କାହିଁକି ପ୍ରବେଶ କରୁଛି ଭାରୀଯାନ । ଏହାକୁ ନେଇ ଟାୟାର ଜାଳି ତୀବ୍ର ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Exit mobile version