୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଠା :- ୧୮୦୨ ମସିହାରୁ ଚାଲି ଆସୁଥିବା ଦଶପଲ୍ଲାର ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ିଯାତ୍ରା ଚଳିତ ବର୍ଷ ୨୨୩ ବର୍ଷରେ ପଦାର୍ପଣ କରିଛି । ଆଗାମୀ ତା ୬/୪/୨୦୨୫ ରିଖ ପବିତ୍ର ଶ୍ରୀରାମ ନବମୀ ଠାରୁ ୨୩/୦୪/୨୫ ରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବହୁ ପୁରାତନ,ଐତିହାସିକ ଲଙ୍କାପୋଡି ଯାତ୍ରା ଦୀର୍ଘ ୧୮ ଦିନ ଧରି ଋଲୁ ରହିବ । ସରକାରୀ ସ୍ତରରେ ଏହାକୁ ଅଧିକ ସରସ ସୁନ୍ଦର କରିବା ସକାଶେ ଅଧୂକ ଅନୁଦାନ ରାଶି ପଦାନ ପାଇଁ ଦଶପଲ୍ଲା ଯୁବ ଦିଧାୟକ ତଥା ବି ଜେ ଡି ର ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଚଳିତ ଏ ସମ୍ପର୍କରେ ବିଧାନସଭାରେ ଦାବି ଉପସ୍ଥାପନା କରିଛନ୍ତି ।
ଚଳିତ ବର୍ଷ ଠାରୁ ଲଙ୍କାପୋଡ଼ି ଯାତ୍ରାକୁ କିପରି ସରସ ସୁନ୍ଦର ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚାଯାଇପାରିବ , ସେଥିପାଇଁ ଆର୍ଥିକ ଅନୁଦାନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ, ବିଧାନସଭାରେ ଦାବି କରିଥିଲେ । ଏହାର ଉତ୍ତରରେ ବି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ କହିଥିଲେ ,୧୮୦୨ ମସିହା ରୁ ଆରମ୍ଭ ହୋଇଥିବା ଲଙ୍କାପୋଡି ଯାତ୍ରା ଓଡ଼ିଶାର ବହୁ ପୁରାତନ ଓ ପ୍ରାଚୀନ ଲୋକ ମହୋତ୍ସବ,
