୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଗତ ୧୨ ଓ ୧୩ତାରିଖରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୩ଜଣିଆ ନାକ୍ ମାନ୍ୟତା ଦଳ ୨ଦିନ ପାଇଁ ପରିଦର୍ଶନରେ ଆସିଥିଲେ । ଏହି ଦଳରେ ମହାତ୍ମାଗାନ୍ଧି ବିଶ୍ୱବିଦ୍ୟାଳୟ କେରଳର ପ୍ରଫେସର ଡକ୍ଟର ସି.ଟି ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ରତ୍ନ କୁମାରୀ ବଣ୍ଡିଲା ଓ ମୁମ୍ବାଇର ପ୍ରଫେସର ଡକ୍ଟର ସୋନାଲି ପେଡେନକର ଆସିଥିଲେ । ଏହି ଟିମ୍ର ପରିଦର୍ଶନ ବେଳେ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ , ଅଧ୍ୟାପିକା, କର୍ମଚାରୀ , ଅଧ୍ୟକ୍ଷ ଏବଂ ଆଲମୋନି ଆସୋସିଏସନ ସହିତ ବାଙ୍କୀର ଜନସାଧାରଣ ସହଯୋଗର ହାତ ବଢ଼ାଇଥିଲେ ।
